Latest Odisha News

BREAKING NEWS

କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, କହିଲେ ଏଠାରେ ବିରୋଧୀର ସ୍ଥିତି ନାହିଁ

ଗଞ୍ଜାମ: ସାଧାରଣ ନିର୍ବାଚନ ପାଇଁ ଜୋରଦାର ଚାଲିଛି ରାଜନେତାଙ୍କ ପ୍ରଚାର । ଏହାରିଭିତରେ ବିଜେଡି ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ବାନ ଦେଇଛନ୍ତି । କବିସୂର୍ଯ୍ୟନଗରରେ ଆସ୍କା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ ଓ କବିସୂର୍ଯ୍ୟନଗର ବିଧାନସଭା ପ୍ରାର୍ଥୀ ଲତିକା ପ୍ରଧାନ ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍‌ସିପାତ୍ର ଏବଂ ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କୁ ଯୋଡି ଶଙ୍ଖରେ ଭୋଟ ଦେଇ ନବୀନ ବାବୁଙ୍କୁ ଆଶୀର୍ବାଦ କରିବାକୁ ଅନୁରୋଧ କରିଛନ୍ତି ପାଣ୍ଡିଆନ । ଏଥିସହ ଦଳୀୟ ପ୍ରାର୍ଥୀଙ୍କୁ ୯୫ ପ୍ରତିଶତ ଭୋଟ ଦେଇ ଜୟ ଯୁକ୍ତ କରାଇବାକୁ ଅନୁରୋଧ କରିଛନ୍ତି ପାଣ୍ଡିଆନ ।

ଦୁଇଟିଯାକ ସଭାରେ ସେ ଖଲିକୋଟର ପୂଜ୍ୟ ରାଣୀ ମା’ ସୁଜ୍ଞାନ ଦେଓ ଓ ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନିଜର ସମ୍ବୋଧନ ଆରମ୍ଭ କରିଛନ୍ତି । ବିରୋଧୀଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି ଯେ, ଏହି କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ବିରୋଧୀ ଦଳର ସ୍ଥିତି ନାହିଁ । ସେମାନେ କେଉଁଠି ହେଲେ ବି ଦିଶୁନାହାନ୍ତି । ନା ସେମାନେ ଲୋକଙ୍କ ସହିତ ଅଛନ୍ତି, ନା ସେମାନଙ୍କ ଭଲମନ୍ଦରେ ଅଛନ୍ତି । ସେମାନଙ୍କୁ ଆପଣ ଦୂରରେ ରଖନ୍ତୁ ବୋଲି କହିଛନ୍ତି ପାଣ୍ଡିଆନ ।

ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି ଯେ, ବିରୋଧି ବାରମ୍ବାର ଡବଲ ଇଞ୍ଜିନ ଡବଲ ଇଞ୍ଜିନ କହୁଛନ୍ତି । କିନ୍ତୁ ତାଙ୍କ ସରକାର ଦେଉଛି ମାତ୍ର ୩୦୦ ଟଙ୍କା ଭତ୍ତା, ନବୀନ ଇଞ୍ଜିନ ଦେଉଛି ୧୦୦୦ ଟଙ୍କା । ଓଡିଶାରେ ନବୀନ ଇଞ୍ଜିନ ବହୁତ ମଜବୁତ । ନବୀନ ଇଞ୍ଜିନରେ ଓଡିଶା ବହୁତ ଭଲରେ ଚାଲିଛି ବୋଲି କହିଛନ୍ତି ପାଣ୍ଡିଆନ ।

 

Comments are closed.