ମୁମ୍ବାଇ: ବଲିଉଡ ତାରକା ସଲମାନ ଖାନଙ୍କ ଘର ବାହାରେ ଗୁଳି ମାଡ ଘଟଣାରେ ସାମ୍ନାକୁ ଆସିଛି ଏକ ବଡ ଖବର । ପୋଲିସ କଷ୍ଟଡି ଭିତରେ ଆତ୍ମହତ୍ୟା କରିଛନ୍ତି ଫାୟାରିଂ କେସ୍ରେ ଧରାପଡିଥିବା ଜଣେ ଅଭିଯୁକ୍ତ । ଆତ୍ମହତ୍ୟା କରିଥିବା ଅଭିଯୁକ୍ତର ନାମ ଅନୁଜ ଥାପନ ବୋଲି ଜଣାପଡିଛି । ଅଭିଯୁକ୍ତ ଅନୁଜ ଥାପାନକୁ ପଚରାଉଚରା ପାଇଁ ମୁମ୍ବାଇ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ସ୍ଥିତ କ୍ରାଇମ ବ୍ରାଞ୍ଚ ଅଫିସ ଲକ୍ଅପ୍ରେ ରଖାଯାଇଥିଲା। ଏଠାରେ ହିଁ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଏପ୍ରିଲ ୧୪ ତାରିଖ ରବିବାର ସକାଳେ ସଲମନ ଖାନଙ୍କ ଘର ଉପରକୁ କିଛି ବ୍ୟକ୍ତି ଗୁଳି ଚଳାଇଥିଲେ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଗୁଜୁରାଟର କୁଚରୁ ବିକି ଏବଂ ସାଗରଙ୍କୁ ଗିରଫ କରାଯାଇଥିଲା । ସେହିପରି ପଞ୍ଜାବରୁ ଅନୁଜ ଥାପନ୍ ଏବଂ ସୋନୁ କୁମାର ଚାନ୍ଦ ବିଷ୍ଣୁଙ୍କୁ ଗିରଫ କରାଯାଇଥିଲା । ଏହାପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟରେ ବ୍ୟବହୃତ ବନ୍ଧୁକ ସୁରଟର ତାପି ନଦୀରୁ ଉଦ୍ଧାର କରାଯାଇଥିଲା । ଏହି ମାମଲାରେ ପୋଲିସ ୩ ଅଭିଯୁକ୍ତଙ୍କୁ ମେ’୮ ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ନେଇଥିଲା । ହେଲେ ତା ମଧ୍ୟରୁ ଅନୁଜ ଥାପନ ଆଜି ପୋଲିସ ହେପାଜତରେ ଆତ୍ମହତ୍ୟା କରିଦେଇଛନ୍ତି ।
Comments are closed.