Latest Odisha News

BREAKING NEWS

କବିତା ନିରଂତର : ଏକଦା ପଠିତ, ଏବେ ଅପଠିତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’

ତତ୍କାଳ ସ୍ବୀକୃତି, ଲୋକପ୍ରିୟତାର
ପାଲରେ ଗଲେ ପଡ଼ି
ଲୋକରୁଚି ଚିହ୍ନି ଲେଖକେ ଲେଖଂତି
ସତ୍ୟ ଯାଏ ବାଟ ହୁଡ଼ି

ପ୍ରକାଶକ ଠାରୁ ବିକ୍ରି ଅନୁସାରେ
ମିଳିଲେ ଟଂକା ବିଡ଼ା
ଅନେକ ଲେଖକ ବିନା ଦ୍ବିଧାରେ
ଲେଖନୀ ଲଗାଂତି ଭଡ଼ା

ଯୁଗ ବଦଳିଲେ ଏପରି ସାହିତ୍ୟ
ପଡ଼େନାହିଁ ଆଉ ଲୋଡ଼ା
‘ ବହୁ ବିକ୍ରୀତ ‘ ପୁସ୍ତକାବଳିରୁ
ଧୂଳି ହୁଏନାହିଁ ଝଡ଼ା

କିଏ କେଉଁ ଭଳି ସାହିତ୍ୟ ଲେଖଂତି
ତାହା ତାଂକ ସ୍ବାଧିକାର
ପାଠକ ନିଜର ରୁଚି ଅନୁସାରେ
କରଂତି ସେ ସବୁ ସ୍ବୀକାର

ଏକଦା ପଠିତ, ଏବେ ଅପଠିତ
ସାହିତ୍ୟର ମୂଲ୍ୟ କେତେ
ବୁଝିବା ନିମଂତେ ଏଯାଏଁ ସମୟ
ଆସିନାହିଁ କି ସତେ?

Leave A Reply

Your email address will not be published.