Latest Odisha News

BREAKING NEWS

ଆଇଏଏଫ୍‌ର କନଭଏ ଉପରକୁ ଆତଙ୍କୀ ହମଲା

ପୁଞ୍ଚ୍ :ଜମ୍ମୁ-କଶ୍ମୀରର ପୁଞ୍ଚ୍ ରେ ଆତଙ୍କୀ ହମଲା ପରେ ଜୋରଦାର ଚେକିଂ । ରାଷ୍ଟ୍ରୀୟ ରାଇଫଲ୍ସ ୟୂନିଟ୍ ପକ୍ଷରୁ କଡାକହି ଚେକିଂ ସହ ନାକାବନ୍ଦୀ କରାଯାଇଛି । ଗତକାଲି ଆଇଏଏଫ୍‌ ର କନଭଏ ଉପରକୁ ଆତଙ୍କୀ ହମଲା ହୋଇଥିଲା । ଶନିବାର ସନ୍ଧ୍ୟାରେ ଜମ୍ମୁ କଶ୍ମୀରର ପୁଞ୍ଚ୍ ଜିଲ୍ଲାରେ ବାୟୁସେନା କନଭଏ ଉପରକୁ ବଡ ଧରଣର ଆତଙ୍କବାଦୀ ହମ୍‌ଲା ହୋଇଥିଲା।

BjdElectrycity

ଏଥିରେ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଜଣେ ଯବାନ ଶହୀଦ ହୋଇଥିବା ବେଳେ ଓ ୪ ଆହତ ହୋଇଛନ୍ତି। ସେନା ଅଧିକାରୀଙ୍କ ତରଫରୁ ଏହି ସୂଚନା ମିଳିଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ୧୫ରେ ଆତଙ୍କବାଦୀମାନେ ସୁରନକୋଟର ସନାଇ ଗାଁରେ ଭାରତୀୟ ବାୟୁସେନାର କନଭଏରେ ଥିବା ୨ଟି ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଗ୍ରେନେଡ ସହ ଆଖିବୁଜା ଗୁଳିମାଡ ହୋଇଥିଲା। ଫଳରେ ଏଥିରେ ୫ ଜଣ ଯବାନ ଆହତ ହୋଇଥିଲେ। ଏନେଇ ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି, ୫ ଆହତ ଯବାନଙ୍କୁ ଏକ ସାମରିକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମ୍ପୃକ୍ତ ଅଞ୍ଚଳକୁ ଘେରି ତଲାସି ଅଭିଯାନ ଚାଲିଥିବା ଆଇଏଏଫ୍‌ ପକ୍ଷରୁ ଏକ୍ସ’ରେ ସୂଚନା ଦିଆଯାଇଛି।

Leave A Reply

Your email address will not be published.