ଗଣମାଧ୍ୟମ ସ୍ବାଧୀନତା ବିପଦରେ, ପ୍ରଥମ ୩୧ ଦେଶ ଭିତରେ ଭାରତ ସାମିଲ
ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଦୁଇ ସ୍ଥାନ ଉପରକୁ ଉଠିଲା ଭାରତ
ନୂଆଦିଲ୍ଲୀ: ରିପୋଟର୍ସ ୱିଦଆଉଟ ବଡର୍ସ(ଆରଏସଏଫ) ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କର ୨୧ତମ ସଂସ୍କରଣ ଜାରି କରିଛି। ୱାର୍ଲ୍ଡ ପ୍ରେସ୍ ଫ୍ରିଡମ୍ ଇଣ୍ଡେକ୍ସ ତଥା ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୫୯ ରହିଛି । ବିଗତ କିଛି ବର୍ଷର ରିପୋର୍ଟ ଦେଖିଲେ ଭାରତର ସ୍ଥିତି ବିଗିଡି ବିଗିଡି ଯାଉଥିବାର ନଜର ଆସୁଥିଲା । ଗତ ୨୦୨୨ରେ ଭାରତର ସ୍ଥାନ ୧୫୦ ଥିବାବେଳେ ଏଥିରେ ଆହୁରି ଅବନତି ଘଟି ୨୦୨୩ ଏହା ୧୬୧କୁ ଖସିଥିଲା । କିନ୍ତୁ ୨୦୨୪ରେ ଏଥିରେ ଉନ୍ନତି ଦେଖାଦେଇଛି । ଏଥିରେ ଭାରତ ଦୁଇଟି ସ୍ଥାନ ଉପରକୁ ଉଠି ଏଥର ୧୫୯ ସ୍ଥାନ ଗ୍ରହଣ କରିଛି । ହେଲେ ଏବେବି ଏହା ସଙ୍କଟରେ । ଗଣମାଧ୍ୟମ ପାଇଁ ପ୍ରଥମ ୩୧ ବିପଜ୍ଜନକ ଦେଶ ଗୁଡିକ ମଧ୍ୟରେ ଭାରତ ରହିଛି। ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତରେ ସାମ୍ବାଦିକଙ୍କ ଉପରେ ହିଂସା, ଗଣମାଧ୍ୟମର ସ୍ବାଧୀନତାକୁ ବିପଦରେ ପକାଇଥିବା ଆରଏସଏଫ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଯେଉଁଥିରେ ଭାରତ, ଚାଇନା, ସାଉଦିଆରବ ଓ ବାଂଲାଦେଶ ଭଳି ରାଷ୍ଟ୍ର ସହିତ ସଙ୍କଟ ତାଲିକାରେ ଅର୍ନ୍ତଭୁକ୍ତ ରହିଛି । ଏହା ସହିତ ଭାରତ, ପାକିସ୍ତାନ(୧୫୨ ସ୍ଥାନ) ଓ ଶ୍ରୀଲଙ୍କା(୧୫୦ ସ୍ଥାନ) ଠାରୁ ମଧ୍ୟ ପଛରେ ଅଛି ଯାହାର ସ୍ଥାନ ୧୫୯ରେ ଅଛି ।
ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକ- ୨୦୨୪ରେ ୧୦ ସ୍ବାଧୀନ ଦେଶ:
ଏଥିରେ ଗଣମାଧ୍ୟମ ସ୍ବାଧୀନତା ରାଙ୍କରେ ନରଓ୍ବେ ସବୁଠୁ ଆଗରେ । ଆହୁରି ମଧ୍ୟ ଡେନମାର୍କ ୨୦୨୩ ରେ ୩ସ୍ଥାନରେ ଥିବା ବେଳେ ୨୦୨୪ରେ ୨ ସ୍ଥାନକୁ ଉନ୍ନତି କରିଛି । ତେବେ ବିଡମ୍ବନାର ବିଷୟ ଏହା ଯେ ଏଥିରେ ଅର୍ନ୍ତଭୁକ୍ତ ଥିବା ରାଷ୍ଟ୍ର ଭିତରେ କୌଣସି ବି ଏସୀୟ ଦେଶ ଅର୍ନ୍ତଭୁକ୍ତ ନାହାନ୍ତି । ସମସ୍ତ ରାଷ୍ଟ୍ର ପଶ୍ଚିମ ୟୁରୋପର ।
ସ୍ଥାନ | ଦେଶ | ସ୍କୋର |
୧ | ନରୱେ | ୯୧.୮୯ |
୨ | ଡେନମାର୍କ | ୮୯.୬ |
୩ | ସ୍ବିଡେନ | ୮୮.୩୨ |
୪ | ନେଦରଲାଣ୍ଡ | ୮୭.୭୩ |
୫ | ଫିନଲାଣ୍ଡ | ୮୬.୬୫ |
୬ | ଇଷ୍ଟୋନିଆ | ୮୬.୮୪ |
୭ | ପର୍ତ୍ତୁଗାଲ | ୮୫.୯ |
୮ | ଇରଲାଣ୍ଡ | ୮୫.୮୯ |
୯ | ସ୍ବିଜରଲାଣ୍ଡ | ୮୪.୦୧ |
୧୦ | ଜର୍ମାନୀ | ୮୩.୮୪ |
ଶ୍ରେଷ୍ଠ ୧୦ ଦେଶ ଯାହାଙ୍କର ଗଣମାଧ୍ୟମ ସ୍ବାଧୀନତା ଅତ୍ୟନ୍ତ ଖରାପ:
ସ୍ଥାନ | ଦେଶ | ସ୍କୋର |
୧୮୦ | ଇରିଟ୍ରିଆ | ୧୬.୬୪ |
୧୭୯ | ସିରିଆ | ୧୭.୪୧ |
୧୭୮ | ଆଫଗାନିସ୍ତାନ | ୧୯.୦୯ |
୧୭୭ | ଉତ୍ତର କୋରିଆ | ୨୦.୬୬ |
୧୭୬ | ଇରାନ | ୨୧.୩୩ |
୧୭୫ | ତୁର୍କମେନିସ୍ତାନ | ୨୨.୦୧ |
୧୭୪ | ଭିଏତନାମ | ୨୨.୩୧ |
୧୭୩ | ବହାରେନ | ୨୩.୩୧ |
୧୭୨ | ଚାଇନା | ୨୩.୩୬ |
୧୭୧ | ମିଆଁମାର | ୨୪.୪୧ |
Comments are closed.