Latest Odisha News

BREAKING NEWS

ପ୍ରାର୍ଥୀପତ୍ର ଦାଖଲ କଲେ କୋରାଇର ବିଜେଡି ବିଧାୟିକା ପ୍ରାର୍ଥୀନୀ ସଂଧ୍ୟାରାଣୀ ଦାସ

ଯାଜପୁର: ନାମାଙ୍କନ ଭରିଲେ ସଂଧ୍ୟାରାଣୀ ଦାସ । ଯାଜପୁର ଜିଲ୍ଲା କୋରେଇ ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀନୀ ସଂଧ୍ୟାରାଣୀ ଦାସ । ଏହା ପୂର୍ବରୁ ସେ ପାଣିକୋଇଲି ତାରିଣୀ ମନ୍ଦିରରେ ପୁଜାର୍ଚ୍ଚନା କରି ନିଜର ହଜାର ହଜାର ସମର୍ଥକଙ୍କ ସହ ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ନିଜର ନାମାଙ୍କନ ଦାଖଲ କରିଛନ୍ତି ।

ତେବେ କୋରେଇକୁ ଅଶୋକ ଦାସଙ୍କ ଗଡ଼ ବୋଲି କୁହାଯାଉଥିବା ବେଳେ, ଚଳିତ ନିର୍ବାଚନରେ ଏବେ ତାଙ୍କ ଧର୍ମପତ୍ନୀ ସଂଧ୍ୟାରାଣୀ ଦାସ ଏହି ଆସନରୁ ପ୍ରାର୍ଥୀ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଛି । ଏହା ସହ ସେ ମଧ୍ୟ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା’ ।

କୋରାଇ ଆସନରେ ଦୁଇ ବିଜେପି ଆଶାୟୀ ପ୍ରାର୍ଥୀ ଏବଂ ଅନ୍ୟ ଦଳ ଓ ସଂଘଠନ ରୁ ଶହ ଶହ ବିଜେଡିର ସାମିଲ ହେବା ପରେ ଦଳର ଶକ୍ତି ବୃଦ୍ଧି ପାଇଛି ।

Leave A Reply

Your email address will not be published.