Latest Odisha News

BREAKING NEWS

ଭାରତରେ କମିଛି ହିନ୍ଦୁ ଜନସଂଖ୍ୟା; ଇଏସି-ପିଏମ

ନୂଆଦିଲ୍ଲୀ: ୧୯୫୦ରୁ ୨୦୧୫ ଭିତରେ ଭାରତରେ ହିନ୍ଦୁ ଜନସଂଖ୍ୟା କମିଛି । ଏମିତି କିଛି ରିପୋର୍ଟ ଦେଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ଇଏସି-ପିଏମ । ୧୯୫୦ରୁ ୨୦୧୫ ଭିତରେ ହିନ୍ଦୁ ଜନସଂଖ୍ୟା ୮୪.୬୮ ପ୍ରତିଶତରୁ ୭୮.୦୬ ପ୍ରତିଶତକୁ ହ୍ରାସ ପାଇଛି । ପ୍ରାୟ ୭.୮୨ ପ୍ରତିଶତ ହ୍ରାସ ପାଇଛି। ଏହି ସମୟ ସୀମା ମଧ୍ୟରେ ମୁସଲିମ ଜନସଂଖ୍ୟା ୪୩.୧୫% ବଢ଼ିଛି। କିଛି ଏପରି ଦାବି କରିଛି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୀତିକ ପରାମର୍ଶଦାତା ପରିଷଦ ବା ଇଏସି-ପିଏମ। ଏହି ରିପୋର୍ଟ ଇଏସି-ପିଏମର ସଦସ୍ୟ ଶମିକା ରବିଙ୍କ ନେତୃତ୍ୱରେ ପ୍ରସ୍ତୁତ କରାଯାଇଛି।

କମିଟି ପକ୍ଷରୁ ଧାର୍ମିକ ସଂଖ୍ୟାଲଘୁ: ଏ କ୍ରସ କଣ୍ଟ୍ରୀ ଆନାଲିସିସ(୧୯୫୦-୨୦୧୫) ଶୀର୍ଷକ ଗୋଟିଏ ରିପୋର୍ଟ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଦେଶରେ ଜୈନ ଜନସଂଖ୍ୟା ୧୯୫୦ରେ ୦.୪୫ ପ୍ରତିଶତ ଥିବା ବେଳେ ୨୦୧୫ ବେଳକୁ ଏହା ୦.୩୬ ପ୍ରତିଶତ ହୋଇ ଯାଇଛି।

ଦେଶର ସଂଖ୍ୟାଗରିଷ୍ଠ ହିନ୍ଦୁ ଜନସଂଖ୍ୟା ୧୯୫୦ରେ ୮୪.୬୮ ପ୍ରତିଶତ ରହିଥିବା ବେଳେ ୨୦୧୫ ସୁଦ୍ଧା ଏହା ୭.୮୨ ପ୍ରତିଶତ ହ୍ରାସ ପାଇଛି। ୨୦୧୫ରେ ହିନ୍ଦୁ ଜନସଂଖ୍ୟା ୭୮.୦୬ ପ୍ରତିଶତରେ ପହଞ୍ଚିଯାଇଛି।

୧୯୫୦ରେ ମୁସଲିମ ଜନସଂଖ୍ୟା ୯.୮୪ ପ୍ରତିଶତ ଥିଲା। କିନ୍ତୁ ୨୦୧୫ ବେଳକୁ ଏହା ୧୪.୦୯ ପ୍ରତିଶତରେ ପହଞ୍ଚିଛି। ମୁସଲିମ ଜନସଂଖ୍ୟାରେ ୪୩.୧୫ ପ୍ରତିଶତ ବୃଦ୍ଧି ହୋଇଛି।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଦେଶରେ ଖ୍ରୀଷ୍ଟିୟାନ ଜନସଂଖ୍ୟା ୨.୨୪ ପ୍ରତିଶତରୁ ବଢ଼ି ୨.୩୬ ପ୍ରତିଶତରେ ପହଞ୍ଚିଛି। ୧୯୫୦ରୁ ୨୦୧୫ ମଧ୍ୟରେ ଖ୍ରୀଷ୍ଟିୟାନ ଜନସଂଖ୍ୟା ୫.୩୮ ପ୍ରତିଶତ ବଢ଼ିଛି।

ଶିଖ ସଂପ୍ରଦାୟର ଜନସଂଖ୍ୟା ମଧ୍ୟ ୬.୫୮ ପ୍ରତିଶତ ବଢ଼ିଛି। ୧୯୫୦ରେ ଶିଖ ସଂପ୍ରଦାୟର ଜନସଂଖ୍ୟା ୧.୨୪ ପ୍ରତିଶତ ରହିଥିଲା। ହେଲେ ୨୦୧୫ ବେଳକୁ ଏହା ୧.୮୫ ପ୍ରତିଶତ ଛୁଇଁଛି। ପାର୍ସୀ ଜଦସଂଖ୍ୟା ୮୫ ପ୍ରତିଶତ ହ୍ରାସ ପାଇଛି।

Leave A Reply

Your email address will not be published.