ଭୁବନେଶ୍ବର: ଆଗାମୀ ୩ରୁ ୪ ଦିନ ଝଡ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ରାଜ୍ୟରେ ବର୍ତ୍ତମାନ ମିଶ୍ରିତ ପାଗ ରହିଛି । ସକାଳେ ଖରା ହେଉଛି । ଅପରାହ୍ଣରେ ପ୍ରଭାବ ଦେଖାଉଛି କାଳବୈଶାଖୀ । ଗତ କିଛି ଦିନ ହେବ ଖରା ତାତିରୁ ଆଶ୍ୱସ୍ତି ମିଳିଛି । ତେବେ ଏନେଇ ଆଜି ଅଧିକ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ଆଗାମୀ ୨୪ ଘଣ୍ଟା ଭିତରେ ଭୁବନେଶ୍ବରରେ ୩୭ ଡିଗ୍ରୀ ତାପମାତ୍ରା ଅନୁଭୂତ ହେବା ବେଳେ କଟକରେ ପାଖାପାଖି ୩୦ ଣିଗ୍ରୀ ତାପମାତ୍ରା ରହିବ । ଏଥିସହିତ ସନ୍ଧ୍ୟା ସମୟରେ ଘଡଘଡି ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ଉତ୍ତର ବିହାରରୁ ଉତ୍ତର ଓଡିଶା ଦେଇ ଏକ ଟ୍ରପ ଲାଇନ୍ ଲମ୍ବିଛି । ଯାହା କି ଗତି କରୁଛି । ଏହା ଝାଡଖଣ୍ଡ ଓ ପଶ୍ଚମବଙ୍ଗଳା ଦେଇ କରି ଓଡିଶା ଆସୁଛି । ଯାହାର ପ୍ରଭାବରେ ଉତ୍ତର ଓଡିଶାରେ ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ୧୩ ତାରିଖ ଯାଏଁ ବିଭିନ୍ନ ସ୍ଥାନକୁ ୟେଲୋ ଓ୍ବାର୍ଣ୍ଣି ଦିଆାଯାଇଛି । ଏଥିସହିତ ୪୦-୫୦ କିଲୋମିଟର ବେଗରେ ପବନ ମଧ୍ୟ ବହିପାରେ ବୋଲି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।
BREAKING NEWS
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
- ପୁରୀରେ ଆୟୋଜିତ ହେଲା ଓଡିଶା-ଆସାମ ସାହିତ୍ୟ ଉତ୍ସବ
- ଆସନ୍ତାକାଲି ବାବରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ହୁମାୟୁଁ କବୀର
- ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ, ମତ୍ସ୍ୟଜୀବୀ ଅଟକ
- ଇଣ୍ଡିଗୋ ସଙ୍କଟ; ତଦନ୍ତ କମିଟି ଗଠନ କଲା DGCA
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
Comments are closed.