Latest Odisha News

BREAKING NEWS

ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲା ମଧ୍ୟବର୍ତ୍ତୀକାଳୀନ ଜାମିନ, ଜୁନ୍ ୨ ରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ବସ୍ତି ମିଳିଛି । ସୁପ୍ରିମକୋର୍ଟ ଆଜି (ଶୁକ୍ରବାର) କେଜ୍ରିୱାଲଙ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । ଲୋକସଭା ନିର୍ବାଚନ ପ୍ରଚାର ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କୋର୍ଟରେ ଆବେଦନ କରିଥିଲେ ।

ମାର୍ଚ୍ଚ ୨୧ ତାରିଖରୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା । ଇଡି ହେପାଜତରେ ଥିବା କେଜ୍ରିୱାଲଙ୍କ ତରଫରୁ ନିର୍ବାଚନ ପ୍ରଚାରରେ ଭାଗ ନେବାକୁ ତାଙ୍କୁ ଜାମିନ ମିଳିବା ଉଚିତ ବୋଲି କୁହାଯାଇଥିଲା । ତେବେ ତଦନ୍ତକାରୀ ସଂସ୍ଥା ଏହାକୁ ବିରୋଧ କରି କହିଥିଲୋଯେ, ନିର୍ବାଚନରେ ପ୍ରଚାର କରିବା ମୌଳିକ ଅଧିକାର ନୁହେଁ । ଯଦି କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରାଯାଏ ତେବେ ସମାଜକୁ ଏକ ଭୁଲ ବାର୍ତ୍ତା ଯିବ ।

ଏହା ସତ୍ତ୍ବେ ଜଷ୍ଟିସ ସଞ୍ଜୀବ ଖନ୍ନା ଏବଂ ଦୀପଙ୍କର ଦତ୍ତଙ୍କ ବେଞ୍ଚ ଇଡି ର ଯୁକ୍ତି ଶୁଣିବା ପରେ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛି । ତେବେ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ କେଜ୍ରିଓ୍ବାଲ୍ ଜୁନ୍ ୨ ସୁଦ୍ଧା ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବେ ।

Leave A Reply

Your email address will not be published.