Latest Odisha News

BREAKING NEWS

‘ଲେଖିକି ରଖନ୍ତୁ, ଆଉ ପ୍ରଧାନମନ୍ତ୍ରୀ ହେବେନି ନରେନ୍ଦ୍ର ମୋଦି’

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ୟୁପିରେ ‘ଇଣ୍ଡିଆ’ ମେଣ୍ଟ ର ଝଡ଼ ଆସୁଛି । ଆପଣ ଲେଖିରଖନ୍ତୁ ଯେ, ଚଳିତ ନିର୍ବାଚନରେ ଉତ୍ତରପ୍ରଦେଶରେ ବିଜେପି ର ଏହା ସବୁଠୁ ବଡ ପରାଜୟ ହେବାକୁ ଯାଉଛି ।

ଉତ୍ତର ପ୍ରଦେଶର କନୌଜରେ ରାହୁଲ ଗାନ୍ଧୀ କହିଛନ୍ତି, “ନରେନ୍ଦ୍ର ମୋଦି ୧୦ ବର୍ଷ ଧରି ଆଦାନୀ ଏବଂ ଅମ୍ବାନୀଙ୍କ ନାମ ନେଇନାହାଁନ୍ତି, କିନ୍ତୁ ଯେତେବେଳେ ସେ ଭୟଭୀତ ହେଲେ, ସେ ତାଙ୍କର ଦୁଇ ସାଙ୍ଗଙ୍କ ନାଁ ନେଇ କହିଲେ ମୋତେ ଆସି ବଞ୍ଚାଅ । ‘ଇଣ୍ଡିଆ’ ମେଣ୍ଟ ମୋତେ ଘେରିଛି ”। ସେ ଆହୁରି କହିଛନ୍ତି ଯେ, ୨୦୨୪ ନିର୍ବାଚନରେ କିନ୍ତୁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ ନାହିଁ ଏହା ଲେଖିରଖନ୍ତୁ ।

ରାହୁଲ ଆହୁରି କହିଛନ୍ତି ଯେ, ଆପଣମାନେ ଦେଖିବେ ଆଗାମୀ ୧୦ ରୁ ୧୫ ଦିନ ମଧ୍ୟରେ ଆପଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯିବ, କିନ୍ତୁ ଆପଣ ଯମା ଜମା ନିଜ ନିଷ୍ପତ୍ତିରୁ ବିଚ୍ୟୁତ ହେବେ ନାହିଁ । ଆମର ପ୍ରସଙ୍ଗ ହେଉଛି ଭାରତର ସମ୍ବିଧାନ । ଏହି ପୁସ୍ତକ ଦଳିତ ଏବଂ ପଛୁଆ ଲୋକଙ୍କୁ ଅଧିକାର ଦେଇଛି ।

ସେ ଆହୁରି କହିଛନ୍ତି ଯେ, ମୋଦି ସମ୍ବିଧାନ ରଦ୍ଦ କରିବାକୁ ଯାଉଛନ୍ତି, କିନ୍ତୁ ଆମେ ଏହା କରିବାକୁ ଦେବୁ ନାହିଁ । ଭୋଟ୍ ସମେତ ସମ୍ବିଧାନ ନିଜେ ଅନ୍ୟାନ୍ୟ ଅଧିକାର ଦେଇଛି । ଏହା ହେଉଛି ମହାତ୍ମା ଗାନ୍ଧୀ ଏବଂ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଉପହାର ।

ରାହୁଲ କହିଛନ୍ତି ଯେ, ଏହି କେନ୍ଦ୍ର ସରକାର ଦଳିତ, ପଛୁଆ ବର୍ଗ, କୃଷକ ଏବଂ ଶ୍ରମିକଙ୍କର ନୁହଁନ୍ତି । କାରଣ ମୋଦି କେବଳ ୨୨ ଜଣଙ୍କ ପାଇଁ କାମ କରନ୍ତି । ୨୨ ଜଣଙ୍କ ୧୬ ଲକ୍ଷ କୋଟି ଟଙ୍କାର ଋଣ ଛାଡ କରିଛନ୍ତି । ତେବେ ଆପଣ କୁହନ୍ତୁ ଆପଣମାନଙ୍କର କେତେ ଋଣ ଛାଡ କରିଛନ୍ତି ପ୍ରଧାନମନ୍ତ୍ରୀ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ।

 

Leave A Reply

Your email address will not be published.