Latest Odisha News

ମହିଳା ଯବାନଙ୍କ ପାଇଁ ନିୟମ ଜାରୀ କଲା ବିଏସଏଫ

ନୂଆଦିଲ୍ଲୀ: ବର୍ଡର ସିକ୍ୟୁରିଟି ଫୋର୍ସ ମହିଳା ଯବାନଙ୍କ ପାଇଁ କେତେକ ନିୟମ ଜାରୀ କରିଛି । ଏହି ନୂତନ ନିୟମ ଫ୍ରଟିଂୟର ମୂଖ୍ୟାଳୟ, ସୀମା ସୁରକ୍ଷା ବଳ ଜମ୍ମୁର ଉପ ମହାନୀରିକ୍ଷକ କାର୍ଯ୍ୟାଳୟ ଦ୍ୱାରା ଜାରୀ କରାଯାଇଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ, ମହିଳା କର୍ମୀ ଡ୍ୟୁଟି ସମୟରେ ଅତିରିକ୍ତ ଶୃଙ୍ଗାର କରିବେ ନାହିଁ କିମ୍ବା ଲମ୍ବା କେଶ ରଖିବେନି । ହାତରେ ଚୁଡି ମଧ୍ୟ ପିନ୍ଧିବେ ନାହିଁ ବୋଲି ଏଥିରେ ଉଲ୍ଲେଖ କରାଯାଇଛି । ବିଏସଏଫରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଡ୍ରେସ କୋଡ ମଧ୍ୟ ଜାରୀ କରାଯାଇଛି । ଏହାକୁ ମାନିବା ପାଇଁ ସମସ୍ତ ଯବାନ ବାଧ୍ୟ ।

ମହିଳା ଯବାନମାନେ ମଧ୍ୟ ଏହାକୁ ମାନିବା ଉଚିତ ବୋଲି କୁହାଯାଇଛି । ଆଗକୁ ଏଥିରେ ବ୍ୟତିକ୍ରମ ଦେଖାଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ବିଏସଏଫରେ ଡ୍ୟୁଟି କରିବା ବେଳେ ମହିଳା ଯବାନ ମାନେ ଅତିରିକ୍ତ ଶୃଙ୍ଗାର କରୁଥିବା ଅଭିଯୋଗ ଆସିଥିଲା ।

Comments are closed.