Latest Odisha News

ମୁମ୍ବାଇରେ ଘୂର୍ଣ୍ଣିଝଡ଼ର ତାଣ୍ଡବ: ଏଯାବତ୍ ୧୨ ଜଣଙ୍କ ମୃତ୍ୟୁ, ୫୦ରୁ ଅଧିକ ଆହତ

ମୁମ୍ବାଇ: ପ୍ରବଳ ବର୍ଷା ଓ ଘୁର୍ଣ୍ଣିଝଡ଼ରେ ବେହାଲ ମାୟାନଗରୀ ମୁମ୍ବାଇ । ପ୍ରବଳ ପବନ ଯୋଗୁଁ ଘାଟକୋପରରେ ଏକ ହୋର୍ଡିଂ ଭାଙ୍ଗି ଖସିପଡିବାରୁ ୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୪ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଅଛି । ସେପଟେ ୩୧ ଜଣ ଆହତଙ୍କୁ ପ୍ରଥମିକ ଚିକିତ୍ସା ପରେ ଘରକୁ ପଠାଇଦିଆଯାଇଛି ।

ମୁମ୍ବାଇର ଅନେକ ସ୍ଥାନରେ ଆଜି ଅପରାହ୍ନରେ ଅଚାନକ ପାଗ ବଦଳିଯାଇଥିଲା । ପ୍ରବଳ ଜୋରରେ ଝଡ ତୋଫାନ ହୋଇଥିଲା । ଅନେକ ସ୍ଥାନରେ ଏହାର ପ୍ରଭାବ ପଡିଥିଲା । ଘାଟକୋପରରେ ପ୍ରବଳ ପବନ ଯୋଗୁଁ ଏକ ହୋର୍ଡିଂ ଖସିପଡିଥିଲା । ଏହି ସମୟରେ ୮୮ ଜଣ ହୋର୍ଡିଂ ତଳେ ଚାପି ହୋଇଯାଇଥିଲେ । ୧୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅବଶିଷ୍ଟ ୭୪ ଜଣ ଆହତ ହୋଇଛନ୍ତି। ଜଣଙ୍କର ଅବସ୍ଥା ଗୁରୁତର ରହିଛି । ୩୧ ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। NDRF ଦଳ ଉଦ୍ଧାର କାର୍ଯ୍ୟରେ ଏବେ ସୁଦ୍ଧା ଲାଗିଛନ୍ତି । ସିଏମ୍ ଏକନାଥ ସିନ୍ଦେ ଏବଂ ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନାଭିସ୍ ନିଜେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ଯାଞ୍ଚ କରିଥିଲେ।

ଅନ୍ୟପଟେ, ଏହି ବର୍ଷାରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଅନେକ ଜାତୀୟ ଏବଂ ଆନ୍ତର୍ଜାତୀୟ ବିମାନକୁ ବାତିଲ କରାଯାଇଛି । ସେପଟେ, ମେଟ୍ରୋର ଓଭରହେଡ ତାରରେ ପଡିଥିବା ବ୍ୟାନର ଯୋଗୁଁ ମୁମ୍ବାଇ ମେଟ୍ରୋ ଚଳାଚଳ ବ୍ୟାହତ ହୋଇଛି । ସେପଟେ ପାଣିପାଗ ବିଭାଗ ତରଫରୁ ମଧ୍ୟ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୩ରୁ ୪ ଘଣ୍ଟା ପାଲଘର ଓ ଥାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଣ୍ଟା ପ୍ରତି ୫୦ରୁ ୬୦ ବେଗରେ ପବନ ବହିବା ସହ ଘଡଘଡି ବର୍ଷା ହେବା ସମ୍ଭାବନା ରହିଛି। ଏଥିପାଇଁ ଲୋକଙ୍କୁ ବାହାରକୁ ନ ଯିବାକୁ ଚେତାବନୀ ଜାରି କରାଯାଇଛି।

Comments are closed.