ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ଉରି ଏବଂ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସର୍ଜିକାଲ ଏବଂ ଏୟାର ଷ୍ଟ୍ରାଇକ ସହ ଆତଙ୍କବାଦ ବିରୋଧରେ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି। ସେ କହିଛନ୍ତି ଯେ ୨୬/୧୧ ପରେ ବିଶ୍ୱ ଭାରତ ପ୍ରତି ସହାନୁଭୂତିଶୀଳ ଥିଲା କିନ୍ତୁ ଭାରତ ଏହ ମଧ୍ୟ ଚାହୁଁଥିଲା ଯେ ନୂଆଦିଲ୍ଲୀ ଇସଲାମାବାଦ ସହ କୌଣସି ବିପଦଜନକ ପରିସ୍ଥିତି ସୃଷ୍ଟି ନକରୁ। କିନ୍ତୁ ଏହା ହେଉଛି ନୂତନ ଭାରତ, ଆତଙ୍କବାଦୀଙ୍କୁ ଆମେ ଘରେ ପଶି ମାରିବୁ।
ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଏହା ଏପରି ଘଟିଛି କାରଣ ଭାରତ ଆତଙ୍କବାଦକୁ ବୈଧ କରିବା ପାଇଁ ଏବଂ ବିଶ୍ୱକୁ ଏହା ବୁଝେଇବା ପାଇଁ କାର୍ଯ୍ୟ କରିନାହିଁ ଯେ ଏହା ବିଶ୍ୱସ୍ତରରେ ସମସ୍ତଙ୍କ ପାଇଁ ବିପଦ ହୋଇପାରେ। ଏସ ଜୟଶଙ୍କର ସୋମବାର ମୁମ୍ବାଇର ସମ୍ବିଧାନ କ୍ଲବରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇଥିଲେ। ସେ ଏହି ଭାଷଣରେ କହିଥିଲେ ଯେ ଯେତେବେଳେ ୨୬/୧୧ ଘଟିଲା, ଆପଣ ସମସ୍ତେ ଜାଣନ୍ତି ଆମର ପ୍ରତିକ୍ରିୟା କ’ଣ ଥିଲା । କିନ୍ତୁ ଆପଣ ଏହା ମଧ୍ୟ ଜାଣନ୍ତି ଯେ ଉରି ଏବଂ ବାଲାକୋଟ ଘଟଣାରେ ଆମର ପ୍ରତିକ୍ରିୟା ବହୁତ ଭିନ୍ନ ଥିଲା।
ସେ କହିଥିଲେ ଯେ ଆମର ବାର୍ତ୍ତା ହେଉଛି ଯଦି ଆତଙ୍କବାଦ ଉଦ୍ଦେଶ୍ୟରେ ଯେ କେହିବି ଭାରତକୁ ପ୍ରବେଶ କରି କିଛି କରିବାକୁ ଚେଷ୍ଟା କରନ୍ତି କିମ୍ବା ଆପଣ ହୁଏତ ଏଲଓସି ପାର ହୋଇପାରନ୍ତି, ଆପଣ ଅନ୍ତର୍ଜାତୀୟ ସୀମା ମଧ୍ୟ ପାର କରିପାରନ୍ତି, କିନ୍ତୁ ଆମେ ଏହାକୁ ପ୍ରତିବାଦ କରିଛୁ ଆଉ ଆଗକୁ କରିବୁ। ଏହାର ଉଦାହରଣ ହେଲା ବାଲକୋଟରେ ପାକିସ୍ତାନୀ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରିଥିଲା।
ପାକିସ୍ତାନ ସ୍ଥିତ ଲଶ୍କର-ଏ-ତାଇବାରୁ ବହୁ ସଶସ୍ତ୍ର ଆତଙ୍କବାଦୀ ନଭେମ୍ବର ୨୬, ୨୦୦୮ରେ ମୁମ୍ବାଇ ରାସ୍ତାରେ ଏବଂ ସହରର ଅନେକ ପ୍ରମୁଖ ସରକାରୀ ପ୍ରତିଷ୍ଠାନରେ ଅସ୍ତ୍ରଶସ୍ତ୍ରରେ ସାଧାରଣ ନାଗରିକଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ବିଦେଶୀ ସମେତ ୧୬୬ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ୨୦୧୬ ମସିହାରେ କାଶ୍ମୀରର ଉରିରେ ଏକ ସେନା ବେସ ଉପରେ ହୋଇଥିବା ଆକ୍ରମଣର ଜବାବରେ ପାକିସ୍ତାନ ଅଧିକୃତ କାଶ୍ମୀର (ପୋକ୍) ରେ ଆତଙ୍କବାଦୀ ଶିବିର ବିରୋଧରେ ଭାରତ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା। ୧୦୧୯ରେ, ପୁଲୱାମା ଆକ୍ରମଣରେ ଯେଉଁଥିରେ ୪୦ରୁ ଅଧିକ ଭାରତୀୟ ସେନା ଶହୀଦ ହୋଇଥିଲେ। ଏହାପରେ ବାଲକୋଟରେ ପାକିସ୍ତାନୀ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରିଥିଲା। ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଆତଙ୍କବାଦ କ’ଣ ଆମେ ବିଶ୍ୱକୁ ବୁଝାଇ ନାହୁଁ, ଏହା ସମସ୍ତଙ୍କ ପାଇଁ ବିପଦ। ଆଜି ଆମ ଉପରେ ଆକ୍ରମଣ ହେଉଛି, ଆସନ୍ତାକାଲି ଅନ୍ୟ ଦେଶର ପାଳି ହୋଇପାରେ।
Comments are closed.