ନୂଆପଡ଼ା/ମାଲକାନଗିରି: ନିର୍ବାଚନ କାର୍ଯ୍ୟ ସାରି ଘରକୁ ଫେରିବା ବେଳେ ସଡ଼କ ଦୁର୍ଘଟଣା । ନୂଆପଡ଼ା ୩୫୩ ଜାତୀୟ ରାଜପଥ ତରବୋଡ ନିକଟରେ କାର ଧକ୍କାରେ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ ଘଟିଛି । ମୃତ ପ୍ରିଜାଇଡିଂ ଅଫିସର ପ୍ରସନ୍ନ କୁମାର ନାଏକ ବୋଲି ଜଣାପଡ଼ିଛି। ସେ ଗତକାଲି ଖଡ଼ିଆଳ ବ୍ଲକ ରାନିମୁଣ୍ଡା ୧୮୪ ନମ୍ବର ବୁଥରେ ପ୍ରିଜାଇଡିଂ ଅଫିସର ଭାବରେ କାର୍ଯ୍ୟ ସାରି ଇଭିଏମ ସହ ସମସ୍ତ ଦସ୍ତାବିଜ ନୂଆପଡ଼ାରେ ଛାଡି ଏକ ମୋଟର ସାଇକେଲ ଯୋଗେ ଖଡ଼ିଆଳ ପ୍ରତ୍ୟାବର୍ତ୍ତନ କରୁଥିଲେ।
ଏହି ସମୟରେ ସାମ୍ନା ପଟୁ ତାଙ୍କୁ ଏକ କାର ଧକ୍କା ଦେଇଥିଲା। ଫଳରେ ସେ ଘଟଣାସ୍ଥଳରେ ପଡିଯାଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନୂଆପଡ଼ା ମୁଖ୍ୟ ଡ଼ାକ୍ତରଖାନାକୁ ପଠାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇ ସାରିଥିବା ଡାକ୍ତରଙ୍କ ପକ୍ଷୁରୁ ସୂଚନା ମିଳିଛି।
ସେହିପରି ମାଥିଲି ଡମଗୁଡ଼ାଠାରେ ବସ ଧକ୍କାରେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ହୋଇଛି । ଶିଖପାଲିର କୁଶବେଡା ବିଦ୍ୟାଳୟରେ ପ୍ରିଜାଇଡିଂ ଅଫିସର ଭାବେ ନିୟୋଜିତ ଥିଲେ ବଣ୍ଡାଘାଟି ବନ୍ଧଗୁଡ଼ା ବିଦ୍ୟାଳୟର ପ୍ରଧାନଶିକ୍ଷକ ଇନ୍ଦ୍ରଜିତ କିଷାନ । ନିର୍ବାଚନ କାର୍ଯ୍ୟ ସାରି ସକାଳରେ ବାଇକ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ଏକ ବସ ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଇନ୍ଦ୍ରଜିତଙ୍କୁ ମାଥିଲି ସବଡିଭିଜନ ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
Comments are closed.