ଅଦୀସ ଅବାବ: ଇଥିୟୋପିଆରେ ମୁଲୱର୍କ ଅମ୍ବାବ ନାମକ ଜଣେ ମହିଳା କହିଛନ୍ତି ଯେ, ସେ ୧୬ ବର୍ଷ ହେବ ଖାଦ୍ୟ, ପାନୀୟ ଗ୍ରହଣ କରି ନାହାନ୍ତି । ୨୬ ବର୍ଷୀୟା ଏହି ମହିଳାଙ୍କ କହିବା ଅନୁସାରେ ସେ ୧୦ ବର୍ଷ ପରଠାରୁ ଖାଦ୍ୟ, ପାନୀୟ ତ୍ୟାଗ କରି ଦେଇଛନ୍ତି । ମୋତେ ଭୋକ କିମ୍ବା ଶୋଷ ଲାଗୁ ନାହିଁ । ଶେଷ ଥର ସେ ଡାଲି ଖାଇଥିଲେ । ଭୋକ ନ ଲାଗିବା ଭଗବାନଙ୍କ କୃପା ବୋଲି ଅମ୍ବାବ କହିଛନ୍ତି । ସ୍କୁଲ ଯିବା ବେଳେ ମୋ ମାଆ ଖାଇବାକୁ ଦେଇଥାନ୍ତି, ଭୋକ ନ ଲାଗିବା ଯୋଗୁ ମୁଁ ଖାଇ ନ ଥାଏ । ଧିରେ ଧିରେ ଏହା ଅଭ୍ୟାସରେ ପରିଣତ ହୋଇ ଯାଇଥିଲା । ଖାଦ୍ୟ ଓ ପାନୀୟ ଗ୍ରହଣ କରୁ ନ ଥିବାରୁ ସେ ଦୀର୍ଘ ଦିନ ହେବ ବାଥରୁମ ଯାଇ ନାହାନ୍ତି ।
ଏହି ଖବର ପ୍ରସାରିତ ହେବା ପରେ ଅଦୀସା ଅବାବର ଡାକ୍ତରମାନେ ତାଙ୍କ ପରୀକ୍ଷଣ କରିଥିଲେ । ସେ ସୁସ୍ଥ ଥିବା ଜଣାପଡିଥିଲା । ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ପାଚନ ତନ୍ତ୍ରରେ ଖାଦ୍ୟ କିମ୍ବା ପାଣିର ଉତ୍ପାଦ ମିଳି ନ ଥିଲା । ଅମ୍ବାବ ଗର୍ଭବତୀ ଥିବା ବେଳେ ଗ୍ଲୁକୋଜ ଦିଆ ଯାଇଥିଲା । ଅବଶ୍ୟ ସନ୍ତାନ ଜନ୍ମ ହେବା ପରେ ସେ ସନ୍ତପାନ କରାଇ ପାରି ନ ଥିଲେ । ଯଦି କିଏ ଭାବୁଛ ମୁଁ ମିଛ କହୁଛି ବୋଲି ତେବେ ମୋ ସହିତ ରହିଲେ ସତ୍ୟ କଣ ଜାଣି ପାରିବ । ସୋସିଆଲ ମିଡିଆରେ ଏହି ଖବର ପ୍ରସାରିତ ହେବା ପରେ ଅମ୍ବାବଙ୍କୁ ଭେଟିବାକୁ ଅନେକ ଲୋକ ଆସୁଛନ୍ତି ।
Comments are closed.