Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ଦ୍ୱିତୀୟ ସେମିଫାଇନାଲ ପାଇଁ ନାହିଁ ରିଜର୍ଭ ଦିବସ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ରିଜର୍ଭ ଦିବସ ନାହିଁ । ଆଇସିସି ପକ୍ଷରୁ ଏହା ଘୋଷଣା କରାଯିବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ଆଇସିସି ଏହାର ସମାଧାନର ରାସ୍ତା ଖୋଜୁଛି । ଦ୍ୱିତୀୟ ସେମିଫାଇନାଲରେ ବର୍ଷା କିମ୍ବା ଅନ୍ୟ କୌଣସି ଅସୁବିଧା ହେଲେ ୪ ଘଂଟା ୧୦ ମିନିଟର ଅତିରିକ୍ତ ସମୟ ପ୍ରଦାନ କରାଯିବ । ଯଦି ଏହା ପରେ ବି ମ୍ୟାଚ ଖେଳାଯିବା ସମ୍ଭବପର ନ ହୁଏ ତେବେ ସୁପର ଏଇଟରେ ଭଲ ପୋଜିଶନରେ ଥିବା ଟିମ ଫାଇନାଲକୁ ଉନ୍ନୀତ ହେବ । ପ୍ରଥମ ସେମିଫାଇନାଲ ଜୁନ ୨୬ରେ ତ୍ରିନିଦାଦରେ ଖେଳାଯିବ । ଏହା ପାଇଁ ଅତିରିକ୍ତ ଦିବସ ରଖାଯାଇଛି ।

ଜୁନ ୨୯ରେ ଫାଇନାଲ ମ୍ୟାଚ ଖେଳାଯିବାକୁ ଥିବାରୁ ୨୭ଜୁନରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ପାଇଁ ଅତିରିକ୍ତ ଦିବସ ରଖାଯାଇନି । ୨୮ରେ ଟିମ ଫାଇନାଲ ଖେଳିବା ପାଇଁ ଯାତ୍ରା କରିବେ । ହାତରେ ଅତିରିକ୍ତ ଦିବସ ନ ରଖି ଫାଇନାଲ ମ୍ୟାଚ ସଙ୍ଗେ ସଙ୍ଗେ ଆୟୋଜନ କରିବା ନେଇ ଏବେ ଆଇସିସି ଓ ୱେଷ୍ଟଇଣ୍ଡିଜ ବୋର୍ଡ ସମାଲୋଚିତ ହେଉଛନ୍ତି । ଏବେ ଆଇସିସି ଏହାର କଣ ସମାଧାନ ବାହାର କରୁଛି ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।

Comments are closed.