Latest Odisha News

BREAKING NEWS

ପୁରୁଣା ଦାୟିତ୍ବକୁ ଫେରିଲେ ଅରବିନ୍ଦ ପାଢୀ, କିନ୍ତୁ ସୀମିତ ସମୟ ପାଇଁ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏହାପୂର୍ବରୁ ୨୦୧୪ରେ ଅରବିନ୍ଦ ପାଢୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିଥିଲେ। ଏଥର କିନ୍ତୁ ସମାନ ଦାୟିତ୍ବ ମିଳିଥିଲେ ମଧ୍ୟ ଏହାର ଅବଧି ସୀମିତ ରହିଛି।

ଏବେର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ବ୍ୟକ୍ତିଗତ ଆଧାରରେ କାନାଡା ଯିବାକୁ ଅନୁମତି ମିଳିବା ପରେ ଏହି ୧୯୯୬ ବ୍ୟାଚ୍ ଆଇଏଏସ୍ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଏବଂ ଏସଟିଜେଏ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ଯାଦବ ମେ ୨୨ରୁ ୨୧ ଦିନ ପାଇଁ ଛୁଟିରେ ଅଛନ୍ତି। ଆଜି ଦାୟିତ୍ବ ମିଳିବା ପରେ ଶ୍ରୀମନ୍ଦିର ଯାଉ ଠାକୁରଙ୍କ ଦର୍ଶନ କରିବା ପରେ ସେବାୟତଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଅରବିନ୍ଦ ପାଢୀ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବା ସହ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରିବେ।

ସେହିପରି ବିକ୍ରମ ଯାଦବଙ୍କ ଅନୁପସ୍ଥିତିରେ ୧୯୯୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ହେମନ୍ତ ଶର୍ମା ପୂର୍ତ୍ତ ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନ ସେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

Comments are closed.