Latest Odisha News

BREAKING NEWS

ପ୍ରତିଦିନ ଖାଆନ୍ତୁ ଖଜୁରୀ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଭୁବନେଶ୍ଵର: ଅନେକ ପୋଷକ ତତ୍ତ୍ୱର ଭଣ୍ଡାର ହେଉଛି ଖଜୁରୀ । ଏଥିରେ କ୍ୟାଲସିୟମ୍, ପୋଟାସିୟମ୍, ପ୍ରୋଟିନ୍, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ଫସଫରସ୍, ଜିଙ୍କ, ଭିଟାମିନ୍-ବି ୬, ଏ ପ୍ରଚୁର ପରିମାଣରେ ଥାଏ । ଖଜୁରୀରେ କାର୍ବୋହାଇଡ୍ରେଟ୍, ଆଇରନ୍, ଲାଭଦାୟକ ଫ୍ୟାଟ୍, ଡାଏଟାରୀ ଫାଇବର ଓ ଫ୍ୟାଟି ଏସିଡ୍ ଥାଏ, ଯାହା ଏକ ସୁସ୍ଥ ଶରୀର ପାଇଁ ଜରୁରୀ ବୋଲି ବିବେଚନା କରାଯାଏ ।

ସର୍ବାଧିକ ପୃଷ୍ଟିସାର ଥିବା ଏହି ଫଳ ପ୍ରଥମେ ଇଜିପ୍ଟ ରେ ଚାଷ କରାଯାଇଥିଲା ଏବଂ ସମୟାନୁକ୍ରମେ ସାରା ବିଶ୍ୱ ରେ ଲୋକପ୍ରିୟ ହୋଇଥିଲା । ଫାଇବର,ମିନେରାଲ ଏବଂ ପ୍ରଚୁର ଭିଟାମିନ ଥିବା ଏହି ଫଳ ରେ ଶରୀର କୁ ରୋଗମୁକ୍ତ ରଖିବାର ଚମତ୍କାରୀ ଗୁଣ ଭରି ରହିଛି ବୋଲି ଗବେଷଣା ରୁ ଜଣା ପଡିଛି ।

୭୦ % ଶର୍କରା ଥିବା ଖଜୁରୀ ତୁରନ୍ତ ଶରୀରକୁ ଶକ୍ତି ଯୋଗାଇଥାଏ ଏବଂ ଶୀଘ୍ର ହାଲିଆ ହେବାକୁ ଦିଏ ନାହିଁ । ମହୁ ପରି ଇନଭର୍ଟ ସୁଗାର ଥିବାରୁ ଏହି ଫଳ ଜମାଟ ବାନ୍ଧେ ନାହିଁ ଏବଂ ସବୁବେଳେ ଓଦା ଓ ନରମ ରୁହେ । ଖଜୁରୀ ରେ ୧୦ % ର ଫାଇବର ରହିଛି ଯାହା କୋଷ୍ଟ କାଠିନ୍ୟ ରୁ ଆପଣଙ୍କୁ ଲାଘବ ଦେବା ସାଙ୍ଗରେ କୋଲେଷ୍ଟ୍ରୋଲ ହ୍ରାସ କରିବାରେ ମଧ୍ୟ ସାହାର୍ଯ୍ୟ କରେ ।

ଅଧିକ ଲୌହ, ମ୍ୟାଗ୍ନେସିୟମ,କ୍ୟାଲସିୟମ ଇତ୍ୟାଦି ଥିବାରୁ ଏହା ରକ୍ତ କୋଷିକା ନିର୍ମାଣ କରେ ଏବଂ ଆନିମିଆ ପରି ରୋଗର ଉପଚାର କରିଥାଏ । ନିୟମିତ ଖଜୁରୀ ଖାଇବାରୁ ଦାନ୍ତ ମଧ୍ୟ ସଫା ଓ ମଜବୁତ ରହିଥାଏ । ବିଭିନ୍ନ ସ୍ନାୟୁ ଜନିତ ରୋଗ, ଶୀଘ୍ର ବାର୍ଦ୍ଧକ୍ୟତା, ରକ୍ତ ଚାପ ପରି ସମସ୍ୟା ଇତ୍ୟାଦି ରୁ ମଧ୍ୟ ମୁକ୍ତି ଦେଇଥାଏ ଖଜୁରୀ । ଏଥିରେ ମିଠା ଅଂଶ ଥିବାରୁ ଖଜୁରୀ କୁ ଚିନି ବଦଳରେ ମଧ୍ୟ ବ୍ୟବହାର କରିପାରିବେ ।

 

 

Comments are closed.