Latest Odisha News

BREAKING NEWS

‘ଜୁନ୍ ୪ରେ ହେବ କଂଗ୍ରେସ ସରକାର, ମହିଳାଙ୍କୁ ଖାତାକୁ ଯିବ ୮୫୦୦ ଟଙ୍କା’

ସିମୁଳିଆ: ‘ଓଡ଼ିଶାରେ ସରକାର ପାଣ୍ଡିଆନ ଚଲାଉଛନ୍ତି । ଜୁନ୍ ୪ରେ ହେବ କଂଗ୍ରେସ ସରକାର ।’ କିଛି ଏମିତି ଦମ୍ଭୋକ୍ତି କରି ବାଲେଶ୍ବର ସଭାକୁ ଉଦ୍ବୋଧନ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ।

ରାଜ୍ୟରେ ଆଜି ଶେଷ ପର୍ଯ୍ୟାୟ ପାଇଁ ମାରାଥନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶେଷ ଦିନରେ ଆଜି ଓଡିଶା ମାଟିରେ ଗର୍ଜୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆମ ସରକାର ଓଡିଶାରେ ହେବାକୁ ଯାଉଛି କହି ଆଜି ବାଲେଶ୍ବରରେ ହୁଙ୍କାର ଭରିଛନ୍ତି । ସେ କହିଛନ୍ତି କଂଗ୍ରେସ ଆସିଲେ ମହାଲକ୍ଷ୍ମୀ ଯୋଜନା ଚାଲୁ କରିବୁ । ଜୁଲାଇ ୫ରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୮୫୦୦ ଟଙ୍କା ଆସିବ । କ୍ଷମତାକୁ ଆସିଲେ ଆମେ ଚାଷୀଙ୍କ ଋଣ ଛାଡ଼ କରିବୁ । ଅଗ୍ନିବୀର ଯୋଜନାକୁ ଅଳିଆ ଗଦାରେ ଫିଙ୍ଗିଦେବୁ । ଅଗ୍ନିବୀର ଯୋଜନା ରଦ୍ଦ କରିବୁ । ରାଜ୍ୟରେ ୩୦ ଲକ୍ଷ ନିଯୁକ୍ତି ଦେବୁ ।

ଏହା ସହିତ ସେ ବିଜେପି କୁ ଟାର୍ଗେଟ କରି କହିଛନ୍ତି ଯେ, ବିଜେପି ସମ୍ବିଧାନକୁ ଶେଷ କରିବାକୁ ଚାହୁଁଛି । ଦୁନିଆର ଏଭଳି କୌଣସି ଶକ୍ତି ନାହିଁ ଦେଶର ସମ୍ବିଧାନକୁ ସମାପ୍ତ କରିଦେବ । ମୋଦୀ  ସାଧାରଣ ଲୋକଙ୍କ ଟଙ୍କାକୁ ଆଦାନୀ ଓ ଅମ୍ବାନୀଙ୍କୁ ଦେଇଛନ୍ତି । ଯାହାକୁ ନେଇ ବିଦେଶରେ ବ୍ୟବସାୟ କରୁଛନ୍ତି, ବଙ୍ଗଳା କିଣୁଛନ୍ତି । କିନ୍ତୁ ଏହି ଟଙ୍କା ଓଡ଼ିଶାର ମହିଳାଙ୍କୁ ଆମେ ଦେବୁ । ମହିଳା ମାନେ ଏହାକୁ ବିଭିନ୍ନ ଉପାୟରେ ଖର୍ଚ୍ଚ କରିବେ ।

ଆହୁରି ମଧ୍ୟ ସେ କହିଛନ୍ତି, ମୋଦି ଏବଂ ତାଙ୍କ ଲୋକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କାମ କରୁଛନ୍ତି । କିନ୍ତୁ ତାଙ୍କ ଲୋକ କହୁଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ମୋଦିଙ୍କ ଭକ୍ତ । ବିଜେପି ଓଡ଼ିଶାର ଅପମାନ କରିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନିତ କରିବା ସହ ପ୍ରତିଟି ଓଡ଼ିଆଙ୍କୁ ଅପମାନିତ କରିଚନ୍ତି ବିଜେପି ନେତା ।

Comments are closed.