Latest Odisha News

BREAKING NEWS

‘ତା’ର ବାପା ଜଣେ ଚୋର ଥିଲା’… କଂଗ୍ରେସକୁ ଟାର୍ଗେଟ କରି ଏପରି କହିଲେ ମୋଦୀ

ନୂଆଦିଲ୍ଲୀ: ସପ୍ତମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଶେଷଥର ନିର୍ବାଚନ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହୋଶିଆରପୁର ଲୋକସଭା ଆସନ ପାଇଁ ପ୍ରଚାର ବେଳେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟିକୁ ସିଧାସଳଖ ଟାର୍ଗେଟ କରିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଦଳର ତୁଳନା ଏକ ଚୋରକୁ ଜନ୍ମ ଦେଇଥିବା ମା’ ସହ କରିଛନ୍ତି। “ହାର୍ଡକୋର ଦୁର୍ନୀତିଗ୍ରସ୍ତ ଦଳ” କଂଗ୍ରେସ ବୋଲି କହିଛନ୍ତି ମୋଦୀ ।

ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଗର୍ଭବତୀ ମହିଳାଙ୍କ କାହାଣୀ ବର୍ଣ୍ଣନା କରିଥିଲେ, ଯେଉଁ କାହାଣୀକୁ ସେ ତାଙ୍କ ପିଲାଦିନରୁ ଶୁଣିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଜଣେ ଗର୍ଭବତୀ ମହିଳା ପ୍ରସବ ପାଇଁ ଡାକ୍ତରଖାନା ଯାଇଥିଲେ କିନ୍ତୁ ଯେତେବେଳେ ତାଙ୍କ ପୁଅ ଜନ୍ମ ହେଲା ସେତେବେଳେ ତାଙ୍କର ପ୍ରସବ କରିଥିବା ଜଣେ ନର୍ସ ତାଙ୍କର ମୁଦୀ ହଜାଇ ଦେଇଥିଲେ ।

ଏହାପରେ ନର୍ସ ଜଣଙ୍କ କାନ୍ଦିବାରେ ଲାଗିଲେ । ଏହି ସମୟରେ ସମସ୍ତଙ୍କ ନଜର ନବଜାତ ଶିଶୁ ଉପରେ ପଡିଲା । ଶିଶୁଟି ହାତ ମୁଠା ଖୋଲୁନଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଶେଷରେ ଡାକ୍ତରମାନେ ଅନେକ ଚେଷ୍ଟା କରି ଶିଶୁଟିର ହାତ ମୁଠା ଖୋଲି ଦେଖିଲା ବେଳକୁ ଶିଶୁଟିର ହାତରେ ମୁଦି ଥିବା ଦେଖିବାକୁ ପାଇଥିଲେ । ସେତିକିବେଳେ ସେଠାରେ ଉପସ୍ଥିତ ଅନେକ ଲୋକ ପିଲାଟି ଜନ୍ମ ହେଉ ହେଉ ଚୋରି କରୁଛି, ବଡ ହେଲେ ଚୋର ହେବ ବୋଲି କହିଥିଲେ । ଏହାପରେ ଜାଣିବାକୁ ମିଳିଥିଲା ଯେ ନବଜାତ ଶିଶୁଟିର ବାପା ଜଣେ ବଡ ଚୋର।

କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ବିଭାଜନ ସମୟରେ କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟ କୌଣସି କାର୍ଯ୍ୟ କରିନଥିଲେ । ଏପରିକି ଭୋଟ୍ ପାଇଁ ସେମାନେ ରାମ ମନ୍ଦିର ନିର୍ମାଣ ଓ ସିଏଏକୁ ବିରୋଧ କରିଆସୁଛନ୍ତି ।

Comments are closed.