Latest Odisha News

BREAKING NEWS

ବିଜେପି ଯୁବମୋର୍ଚ୍ଚା ସଭାପତି ଆକ୍ରମଣର ଶିକାର, ବିଜେଡି ପ୍ରାର୍ଥୀଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ

ଚାନ୍ଦବାଲି: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବିଧାନସଭା ଆସନରେ ଆକ୍ରମଣର ଶିକାର ହୋଇଛନ୍ତି ଓଡ଼ିଶା ବିଜେପି ଯୁବମୋର୍ଚ୍ଚାର ସଭାପତି ଅଭିଳାଶ ପଣ୍ଡା। ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଗୁରୁବାର କିଛି ବିଜେଡି କର୍ମୀଙ୍କ ଆକ୍ରମଣରେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ଅଭିଳାଶ ପଣ୍ଡା ଆହତ ହୋଇଛନ୍ତି ବୋଲି ଅଭିଯୋଗ ହୋଇଛି।

ଚାନ୍ଦବାଲିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ସାରି ଫେରୁଥିଲେ ଅବିଳାଶ। ଶଶିକଦେବୀପୁର ନିକଟରେ ଶାସକ ଦଳର କିଛି କର୍ମୀ ଅଭିଳାଶ ପଣ୍ଡାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଏହି ଘଟଣା ପରେ ବିଜେପି କର୍ମୀମାନେ ବାଂଶଦା ଥାନାରେ ଅଭିଯୋଗ କରିଥିଲେ।

ଆକ୍ରମଣ ପରେ ପୋଲିସ ତାଙ୍କୁ ପୁଲିସ ଫାଣ୍ଡିକୁ ନେଇଥିଲା। ପରେ ଧାମରା ଡାକ୍ତରଖାନାକୁ ନିଆଯାଇଥିଲା। ଦୁର୍ଭାଗ୍ୟବଶତଃ ସେହି ସମୟରେ ସେଠାରେ କୌଣସି କର୍ମଚାରୀ ନଥିଲେ। ପରେ ବାସୁଦେବପୁର ଡାକ୍ତରଖାନାକୁ ନିଆଯାଇଛି। ଆକ୍ରମଣରେ ଦଳର ଅନେକ କର୍ମଚାରୀମାନେ ଆହତ ହୋଇଛନ୍ତି।

ଅଭିଯୋଗ ରହିଛି, ଆକ୍ରମଣ ପୂର୍ବରୁ ସ୍ଥାନୀୟ ସରପଞ୍ଚ ଓ ତାଙ୍କ ଭାଇଭଉଣୀ ଓ ସମର୍ଥକମାନେ ପ୍ରଥମେ ଅଭିଳାଶ ଏବଂ ତାଙ୍କ ସମର୍ଥକଙ୍କୁ ଉତ୍ତେଜିତ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଉତ୍ତେଜିତ କରିଥିବା ବ୍ଯକ୍ତି ବିଜେଡି ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କ ସମର୍ଥକ କରିଥିଲେ ବୋଲି ଅଭିଯୋଗ ରହିଛି। କାରଣ ଆକ୍ରମଣ କରିବା ବେଳେ ବ୍ୟୋମକେଶ ରାୟଙ୍କ ନାମ ନେଉଥିଲେ। ସେମାନେ ଆମକୁ ବିଜେପି ପାଇଁ ପ୍ରଚାର କରିବାକୁ ଦେବେ ନାହିଁ ବୋଲି କହିଥିଲେ ବୋଲି ଅଭିଳାଶ କହିଛନ୍ତି।

Comments are closed.