Latest Odisha News

BREAKING NEWS

ଲ୍ୟାଣ୍ଡ ଅଫ୍ ଦ ମିଡନାଇଟ୍ ସନ୍: ଏପରି ସହର ଯେଉଁଠି ହୁଏନି ରାତି

ନୂଆଦିଲ୍ଲୀ: ଦିନ ପରେ ରାତି ଆଉ ରାତି ପରେ ଦିନ ହେବା ସୃଷ୍ଟିର ନିୟମ। କିନ୍ତୁ ଭାବିଲେ ଯଦି କେବେବି ରାତି ହେବନି କି ଦିନ ହେବନି କେମିତି କଟିବ ଆପଣଙ୍କ ଦିନ। ଆପଣ ଜାଣନ୍ତି କି ଦୁନିଆରେ ଏପରି ସ୍ଥାନ ରହିଛି ଯେଉଁଠାରେ କେବେ ବି ରାତି ହୁଏ ନାହିଁ। ଦୁନିଆରେ ଏମିତି କିଛି ଦେଶ ଅଛି ଯେଉଁଠାରେ ସବୁବେଳେ ସୂର୍ଯ୍ୟ ଉଦୟ ହୋଇ ରୁହନ୍ତି ଏବଂ ଏଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାତି ହୁଏନାହିଁ। ଏହାକୁ ବିଶ୍ୱାସ କରିବା ଟିକେ କଷ୍ଟକର, କିନ୍ତୁ ଏହା ସତ। ତେବେ ଆସନ୍ତୁ ଜାଣିବା ସେହି ଦେଶ ବିଷୟରେ…

ଉତ୍ତର ୟୁରୋପରେ ଏମିତି ଏକ ଦେଶ ଅଛି ଯାହାକି ସୁନ୍ଦରତା ଓ ମନ ମୁଗ୍ଧକର ପରିବେଶର ଗନ୍ତାଘର। ଏହି ଦେଶକୁ ଅଦ୍ୱିତୀୟ ଦେଶ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ କାରଣ ଏଠାରେ ମାତ୍ର ୪୦ମିନିଟ ରାତି ହୋଇଥାଏ। ଏହି ଦେଶ ନରୱେ ନାମରେ ପରିଚିତ । ଗୋଟିଏ ପଟେ ନରୱେ ବିଶ୍ୱର ବିତ୍ତଶାଳୀ ରାଷ୍ଟ୍ରମାନଙ୍କ ମଧ୍ୟରେ ସ୍ଥାନ ପାଇଥିବା ବେଳେ ଅନ୍ୟ ପକ୍ଷରେ ସୁନ୍ଦରତା ଭରା ଦେଶମାନଙ୍କ ମଧ୍ୟରେ ସାମିଲ ରହିଛି। ଏଠାକାର ପ୍ରାକୃତିକ ସୁନ୍ଦରତା ଉପଭୋଗ କରିବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ପର୍ଯ୍ୟଟକ ମାନଙ୍କର ସୁଅ ଛୁଟେ । ନରୱେରେ ଥିବା ବରଫାବୃତ ପାହାଡ଼ ଓ ସବୁଜିମା ଭରା ପ୍ରାକୃତିକ ପରିବେଶ ବର୍ଷସାରା ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଥାଏ।

ଏଠାରେ ଏପରି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳେ ଯାହା ଅନ୍ୟ ସ୍ଥାନରେ ଦେଖିବା ବିରଳ । ନରୱେକୁ ‘ଲ୍ୟାଣ୍ଡ ଅଫ୍ ଦ ମିଡନାଇଟ୍ ସନ୍’ ବୋଲି କୁହାଯାଏ କାରଣ ରାତି ୧୨:୪୩ରେ ସେଠାରେ ସୂର୍ଯ୍ୟାସ୍ତ ହେବା ସହ ମାତ୍ର ୪୦ ମିନିଟ୍ ପରେ ପୁଣି ସୂର୍ଯ୍ୟ ଉଦୟ ହୁଅନ୍ତି । ଆଉ ଏକ ଆଶ୍ଚର୍ଯ୍ୟକର କଥା ହେଉଛି ଏଠାରେ ମେ ରୁ ଜୁଲାଇ ମାସ ମଧ୍ୟରେ ୭୬ ଦିନ ପାଇଁ ସୂର୍ଯ୍ୟ କେବେବି ଅସ୍ତ ହୁଅନ୍ତି ନାହିଁ । ଉତ୍ତର ନରୱେରେ ଶୀତ ଋତୁରେ ମଧ୍ୟ ସୂର୍ଯ୍ୟ ଆଦୌ ଅସ୍ତ ହୁଅନ୍ତି ନାହିଁ। ଏବେ ସମସ୍ତଙ୍କ ଗୋଟିଏ ପ୍ରଶ୍ନ ଉଠୁଥିବ ଏମିତି କାହିଁକି ହୁଏ ? କାହିଁକି ଏଠାରେ ସୂର୍ଯ୍ୟ ଅସ୍ତ ହୁଏନି? ଏମିତି ହେବାର କରଣ ହେଉଛି ଏହି ଦେଶ ଆର୍କଟିକ୍ ସର୍କଲ୍ ମଧ୍ୟରେ ଆସୁଛି। ଯେଉଁଥିପାଇଁ ମେ ଏବଂ ଜୁଲାଇ ମାସ ମଧ୍ୟରେ ୭୬ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଏ ନାହିଁ।

Comments are closed.