ଉମରିଆ: କୁହାଯାଏ ଯଦି ଜଣେ ନାରୀ କିଛି କରିବା ପାଇଁ ମନସ୍ଥ କରିନିଏ ତାହେଲେ ସେ ତାହା କଳେ ବଳେ କୌଶଳେ କରିକି ହିଁ ଦେଖାଇଥାଏ। ସେ ଗୃହ ହେଉ କି କର୍ମକ୍ଷେତ୍ର ସବୁଠି କିପରି ସନ୍ତୁଳନ ରଖାଯିବ ତାହାର କୌଶଳ ନାରୀଟିକୁ ବେଶ୍ ଜଣା। ସବୁ ବାଧାବିଘ୍ନ ସହ ଲଢ଼ି ସେ ତାର କର୍ତ୍ତବ୍ୟକୁ ସୁଚାରୁରୂପେ ଚଳାଇଥାଏ।ସେହିପରି ନିଜ କର୍ତ୍ତବ୍ୟ ଆଗରେ ନିଜର ଗର୍ଭାବସ୍ଥା ଯନ୍ତ୍ରଣାକୁ ତୁଚ୍ଛ କରିଦେଇଛନ୍ତି ଜଣେ ମହିଳା ଏସପି। ୮ ମାସର ଗର୍ଭବତୀ ଥାଇ ମଧ୍ୟ ନିର୍ବାଚନ ରେ କିପରି କିଛି ଅସୁବିଧା ନହେଉ ସେଥିପାଇଁ ଡ୍ୟୁଟି ମୋଡ୍ ରେ ଉମାରିଆ ଏସପି ନିବେଦିତା ନାଇଡୁ।
ଦେଶ ତଥା ରାଜ୍ୟରେ ଚାଲିଛି ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏଥିରେ ଯେଭଳି କିଛି ଅସୁବିଧା ନହେଉ, ଯେଭଳି କିଛି ହିଂସାକାଣ୍ଡ ନଘଟୁ, ଭୋଟର ବିନା ବାଧାରେ ନିଜର ମତଦାନ କରିପାରିବେ ସେ ପ୍ରତି ପୁରା ତତ୍ପର ନିବେଦିତା। ସେଥିପାଇଁ ସେ ସେ ପେଟରେ ତାଙ୍କର ୮ ମାସର ଛୁଆକୁ ଧରି ନିଜର ଡ୍ୟୁଟି ପୂରଣ କରୁଛନ୍ତି। ନିଜ ଏରିଆର ଗଳିକନ୍ଦି ସବୁ ବୁଲୁଛନ୍ତି। କିଛି ବି ଅଶାନ୍ତିକର ପରିସ୍ଥିତି ଉପୁଜିଲେ ସେ ସଙ୍ଗେ ସଙ୍ଗେ ଯାଇଁ ଘଟଣାସ୍ଥଳରେ ପହଂଚି ଯାଉଛନ୍ତି। ୧୦ ଘଣ୍ଟା ନିଜର ଡ୍ୟୁଟି କରୁଛନ୍ତି। ଏହା ସହିତ ନାଇଟ ପାଟ୍ରୋଲିଂ ବି କରୁଛନ୍ତି । ଅପରାଧୀଙ୍କ ଉପରେ ବି କଡ ନଜର ରଖିଛନ୍ତି ନିବେଦିତା। କାମ ଆଗରେ ସେ ତାଙ୍କର ଗର୍ଭାବସ୍ଥାର ଯନ୍ତ୍ରଣାକୁ ତୁଚ୍ଛ କରିଦେଇଛନ୍ତି।
ଆମେ କହୁଛୁ ମଧ୍ୟପ୍ରଦେଶ ଉମରିଆର ଏସପି ନିବେଦିତା ନାଇଡୁ କଥା, ୮ ମାସର ଗର୍ଭବତୀ ହୋଇ ମଧ୍ୟ ସେ ନିର୍ବାଚନ ଡ୍ୟୁଟିରେ ନିୟୋଜିତ ଅଛନ୍ତି। ଖାଲି ସେତିକି ନୁହେଁ ସ୍ଵାମୀଙ୍କର ପୋଷ୍ଟିଙ୍ଗ ଅନାୟ ଜାଗାରେ ହୋଇଥିବାରୁ ଘରେ ୩ ବର୍ଷର ଝିଅର ବି ଖିଆଲ ରଖିଛନ୍ତି ନିଜେ ନିବେଦିତା। ଟିକେ ବି ଥକୁନାହାନ୍ତି କି ବସୁନାହାନ୍ତି। ଡ୍ୟୁଟିରେ ପୁରା ଆକ୍ଟିଭ। ତେବେ ମାତୃତ୍ୟକାଳୀନ ଛୁଟି ଥାଇ ମଧ୍ୟ ସେ କିନ୍ତୁ ନିଜର ଦେଶ ପ୍ରତି କର୍ତ୍ତବ୍ୟକୁ ବାଛିଛନ୍ତି। ଯାହାକୁ ସବୁ ମହଲରୁ ପ୍ରଶଂସା କରାଯାଇଛି। ଏହା ସହିତ ନିବେଦିତା ଏଭଳି ଅଦମ୍ୟ ସାହସ ଆଜି ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି।
BREAKING NEWS
- କେମିତି କରବେ E-Fasting …?
- ୩୭ତମ ସବ ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍; ବାଳିକା ସିଙ୍ଗଲ ୧୫ ଓ ୧୭ ବର୍ଷରୁ କମ୍ ବର୍ଗ ସେମିଫାଇନାଲରେ ଓଡ଼ିଆ ଖେଳାଳୀ
- ଲଣ୍ଡନରେ ଶାହରୁଖ ଓ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ
- ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ସଚେତନତା ଅଭିଯାନ ଆରମ୍ଭ
- ପୁରୁଣା ଆପାର୍ଟମେଣ୍ଟ ବିକ୍ରି ନିୟମକୁ ସହଜ କଲେ ଓଡ଼ିଶା ସରକାର
- ପୁଟିନଙ୍କ ବିମାନ ଉପରେ ସାରା ବିଶ୍ୱର ନଜର, ଜାଣନ୍ତୁ କେତେ ଜଣ କଲେ ଲାଇଭ୍ ଟ୍ରାକ୍..
- ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
- ହେଡେନଙ୍କୁ ଉଲଗ୍ନ ହେବାରେ ବଂଚାଇ ଦେଲେ ରୁଟ
- ପୁଟିନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ମୋଦି…
- କଳିଙ୍ଗା ଘାଟିର ଦୁର୍ଘଟଣା ପ୍ରବଣ ଚିହ୍ନଟ ସ୍ଥାନରେ ଲାଗିଲା ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର
Comments are closed.