Latest Odisha News

BREAKING NEWS

ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ, ଘାଟିରେ ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ସୂଚନା

ଶ୍ରୀନଗର: ସୋମବାର ଜମ୍ମୁ-କଶ୍ମୀର ପୁଲୱାମା ଜିଲ୍ଲାର ନିହାମା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। କୁହାଯାଉଛି ଯେ ପୁଲୱାମାର ନିହାମା ଅଞ୍ଚଳରେ ସୁରକ୍ଷା ବାହିନୀ ୨ରୁ ୩ ଆତଙ୍କବାଦୀଙ୍କୁ ଘେରି ରହିଛନ୍ତି। ଆତଙ୍କବାଦୀଙ୍କୁ ଧରିବା ପାଇଁ ସମ୍ପୂର୍ଣ୍ଣ ଅଞ୍ଚଳରେ ସର୍ଚ୍ଚ ଅପରେନ୍‌ ଚାଲିଛି। ଦୁଇରୁ ତିନି ଆତଙ୍କବାଦୀ ଏହି ଅଞ୍ଚଳରେ ଲୁଚି ରହିଥିବା ସୂଚନା ମିଳିଛି।

ସୁରକ୍ଷା ବାହିନୀ ଅନୁଯାୟୀ ନିହାମାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା। ଏହା ପରେ, ଏହି ଅଞ୍ଚଳକୁ ଘେରି ଏକ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ତା’ପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ସୁରକ୍ଷା ବାହିନୀ ଦ୍ୱାରା ପାଲଟା ଆକ୍ରମଣ କରାଯାଇଥିଲା। ଏହି ଅଞ୍ଚଳରେ ପ୍ରାୟ ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଉଭୟ ପକ୍ଷରୁ ଗୁଳିମାଡ଼ ଜାରି ରହିଛି।

ଏହି ଘଟଣା ସମ୍ପର୍କରେ କାଶ୍ମୀର ଜୋନ୍ ପୋଲିସ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ପୁଲୱାମାର ନିହାମା ଠାରେ ଏନକାଉଣ୍ଟର ଚାଲିଛି। ପୋଲିସ ଏବଂ ସୁରକ୍ଷା ବାହିନୀ ସେମାନଙ୍କ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏହାପୂର୍ବରୁ ଜାମ୍ମୁ କାଶ୍ମୀର ପୋଲିସ ଏବଂ ସେନାର ମିଳିତ ଅପରେସନରେ କୁପୱାଡାରେ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିଲା। ଅପରେସନ୍ କୋଟ୍ ନାଲା ଅଧୀନରେ ଏହି ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି ବୋଲି ସୁରକ୍ଷା ବାହିନୀ କହିଛି।

 

Comments are closed.