Latest Odisha News

BREAKING NEWS

ଡୁଙ୍ଗୁରିପାଲିରେ ଧାନ ବିକ୍ରି ସମସ୍ୟାକୁ ନେଇ ରାସ୍ତା ଅବରୋଧ

ସୁବର୍ଣ୍ଣପୁର: ଚାଷୀଙ୍କ ଧାନ ବିକ୍ରି ସମସ୍ୟାକୁ ନେଇ ରାସ୍ତା ଅବରୋଧ। ନବ ନିର୍ମାଣ କୃଷକ ସଂଗଠନ ଓ ଜିଲ୍ଲା ଚାଷୀ ସଂଗଠନ ପକ୍ଷରୁ ଡୁଙ୍ଗୁରିପାଲି ଆର୍ ଏମସି ଛକରେ ୨୬ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଚାଷୀ । ଫଳରେ ଯାତାୟତ ବାଧାପ୍ରାପ୍ତ ହେବା ସହ ଉଭୟ ପଟରେ ଶହ ଶହ ଯାନ ବାହନ ଅଟକି ରହିଛି। ଅଭିଯୋଗ ଅନୁସାରେ ଜିଲ୍ଲାରେ ଚାଲିଥିବା ରବି ଧାନ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମଣ୍ଡି ମାନଙ୍କରେ ମିଲର ମାନଙ୍କ ମନମାନି ଚାଲିଥିବାବେଳେ ପ୍ରଶାସନ ସବୁ ଦେଖି ଚୁପ୍ ରହିଛି।

ମଣ୍ଡି ମାନଙ୍କରେ ପ୍ୟାକ୍ସ କର୍ମଚାରୀ ଓ ଆର୍ ଏମ୍ ସି କର୍ମଚାରୀଙ୍କ ଅନୁପସ୍ଥିତିରେ ଧାନ ସଂଗ୍ରହ ଚାଲିଛି। ମିଲର ମାନେ ଜୋର୍ ଜବରଦସ୍ତି କଟନି କରି ଧାନ ଉଠାଉଛନ୍ତି। ଏନେଇ ଚାଷୀ ନେତ୍ରୀ ସୋନାଲି ବିଶି ବିଭିନ୍ନ ମଣ୍ଡି ପରିଦର୍ଶନ କରି ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ। ହେଲେ ପ୍ରଶାସନ ମିଲର ମାନଙ୍କ ଠାରୁ ମୋଟା ଆକାରର ବଟି ନେଉଥିବାରୁ ଆଲୋଚନା କରିବାକୁ ଆସୁନାହାଁନ୍ତି। ଏହାର ସମାଧାନ ପାଇଁ ସମୟ ଦିଆଯାଇଥିଲେ ହେଁ ସମାଧାନ ନହେବାରୁ ଆଜି ବାଧ୍ୟ ହୋଇ ଧାନ ବସ୍ତା ରଖି ଜାତୀୟ ରାଜପଥ ଅବରୋଧ କରିଛନ୍ତି। ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଚାଷୀ।

 

Comments are closed.