Latest Odisha News

ନବୀନ ନିବାସରେ ଅରୁଣ ପଟ୍ଟନାୟକ, ସମ୍ଭାଳିବେ କି ବିଜେଡିର ମଙ୍ଗ?

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଧରଶାୟୀ ହୋଇଛି । ଭାଙ୍ଗିଛି ଦୀର୍ଘ ୨୪ ବର୍ଷର ସରକାର । ତେବେ ଏହା ଭିତରେ ଗତକାଲି ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ନାତି ଅରୁଣ ପଟ୍ଟନାୟକ । ତେବେ ଅରୁଣଙ୍କ ଅଚାନକ ଭୁବନେଶ୍ୱର ଆଗମନକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ତେବେ ଅରୁଣ ନବୀନଙ୍କ ଉତ୍ତରାଧିକାରୀ ହୋଇ ବିଜେଡିର ନେତୃତ୍ୱ ନେବେ ନା ନବୀନଙ୍କୁ ପରାଜୟର ସାନ୍ତ୍ୱନା ଦେଇ ପୁଣିଥରେ ଦିଲ୍ଲୀ ଫେରିଯିବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି ।

ସୂଚନାଯୋଗ୍ୟ, ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ । ସେ ଗତକାଲି ଦିଲ୍ଲୀରୁ ପାଣ୍ଡିଆନଙ୍କ ସହ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି । ଉଭୟଙ୍କୁ ବିମାନ ବନ୍ଦରରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ସ୍ବାଗତ କରିଥିଲେ । ଏହାପରେ ସମସ୍ତେ ନବୀନ ନିବାସ ଯାଇଥିଲେ । ନବୀନ ନିବାସରେ ନବୀନଙ୍କ ସହ ଅରୁଣ ରହିଥିବା ଜଣାପଡ଼ିଛି ।

ତେବେ ନିର୍ବାଚନ ପୂର୍ବରୁ ପାଣ୍ଡିଆନ ତାଙ୍କର ଉତ୍ତରାଧିକାରୀ ନୁହେଁ ବୋଲି ନବୀନ କହିସାରିଥିବାବେଳେ ଏବେ ଅରୁଣଙ୍କୁ ଆଣି ବିଜେଡି ପକ୍ଷରୁ ଦଳକୁ ବଞ୍ଚାଇବାର ପ୍ରୟାସ ଆରମ୍ଭ ହୋଇଛି ବୋଲି ଚର୍ଚ୍ଚା ହେଉଛି ।

Comments are closed.