Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ପାକିସ୍ତାନ ବିପକ୍ଷ ମୁକାବିଲାରେ ଭାରତ ପଲା ଭାରୀ

ନ୍ୟୁୟର୍କ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ହାଇ ଭୋଲଟେଜ ଭାରତ-ପାକିସ୍ତନ ମୁକାବିଲା ଏଠାରେ ଖେଳାଯିବ । ନାସାଉ କାଂଉଟି ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ସମସ୍ତ ଟିକେଟ ବିକ୍ରି ହୋଇଯାଇଛି । ଅନ୍ୟ ମ୍ୟାଚରେ ଖାଲି ପଡୁଥିବା ଏହି ଷ୍ଟାଡିୟମରେ କିନ୍ତୁ ଏବେ ଦର୍ଶକ ପୂର୍ଣ୍ଣ ରହିବେ । ଆମେରିକା ନିକଟରୁ ପରାଜିତ ହେବା ପରେ ପାକିସ୍ତାନର ମନୋବଳ ଭାଙ୍ଗିପଡିଛି । ଅପରପକ୍ଷରେ ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡକୁ ହରାଇଥିବା ଟିମଇଣ୍ଡିଆ ପାକିସ୍ତାନକୁ ହରାଇ ପରବର୍ତୀ ପର୍ଯ୍ୟାୟକୁ ପ୍ରବେଶ ଲକ୍ଷ୍ୟରେ ରହିବ । ରୋହିତ ଶର୍ମା ଆଘାତ ସମସ୍ୟା ଏବଂ ବର୍ଷା ଭାରତ ବିଜୟରେ ବାଧା ସୃଷ୍ଟି କରିବା ଆଶଙ୍କା ରହିଛି । ଅର୍ଶଦୀପ ସିଂ, ଯଶପ୍ରୀତ ବୁମରାହ, ମହମ୍ମଦ ସିରାଜ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଭାରତର ପେସ ବାହିନୀ ବେଶ ଶକ୍ତିଶାଳୀ ରହିଛି । ଏଠାରେ ଟସ ଜିତିବା ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିବ । ପ୍ରଥମେ ବ୍ୟାଟିଂ କରିବା ଦଳ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି ।

ଏଠାକାର ରହସ୍ୟମୟ ପିଚରେ ପାକିସ୍ତାନ ବୋଲରଙ୍କ ବିପକ୍ଷରେ ରୋହିତ ଶର୍ମା, ବିରାଟ କୋହଲି ଏବଂ ଅନ୍ୟମାନେ କିଭଳି ଖେଳୁଛନ୍ତି ସେଥିପ୍ରତି ସମସ୍ତଙ୍କ ନଜର ରହିବ । ଆମେରିକା ବିପକ୍ଷରେ ଶାହୀନ ଆଫ୍ରିଦୀ, ନସୀମ ଶାହ, ମହମ୍ମଦ ଅମୀର ଓ ହ୍ୟାରିଶ ରୌଫ ସେଭଳି ଭଲ ବୋଲିଂ ପ୍ରଦର୍ଶନ କରି ନ ଥିଲେ । ବିଶ୍ୱକପରେ ଭାରତ-ପାକିସ୍ତାନ ମୁକାବିଲା ସର୍ବଦା ରୋମାଂଚପୂର୍ଣ୍ଣ ରହିଛି । ପାକିସ୍ତାନ ଗୋଟିଏ ମ୍ୟାଚ ଜିତିଥିବା ବେଳେ ଭାରତ ଅନ୍ୟ ସମସ୍ତ ମୁକାବିଲାରେ ବାଜି ମାରିଛି । ୨୦୨୨ ଟି୨୦ ବିଶ୍ୱକପରେ ବିରାଟ କୋହଲି ଇନିଂସ ଏବେ ବି ପାକିସ୍ତାନଙ୍କ ମନରୁ ଯାଇ ନ ଥିବ । ଆମେରିକାରେ ଯଦି ଭାରତ-ପାକିସ୍ତାନ ମୁକାବିଲା ରୋମାଂଚପୂର୍ଣ୍ଣ ହୁଏ ତେବେ ଏଠାରେ ନିଶ୍ଚିତ ଭାବେ କ୍ରିକେଟର ଏକ ଲହରୀ ଖେଳିଯିବ କହିବା ଭୁଲ ହେବନି ।

Comments are closed.