Latest Odisha News

BREAKING NEWS

ବିବାହ ବନ୍ଧନରେ ବାନ୍ଧିହେଲେ ୧୦୦ ବର୍ଷର ବରକୁ ୯୬ ବର୍ଷୀୟା କନ୍ୟା

ନୂଆଦିଲ୍ଲୀ: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆମେରିକାର ନାୟକ ସାଜିଥିବା ହରୋଲ୍ଡ ଟେରେନ୍ସଙ୍କ ବିବାହ ଏବେ ଚର୍ଚ୍ଚାରେ କାରଣ ସାଜିଛି । ହରୋଲ୍ଡ ୧୦୦ ବର୍ଷ ବୟସରେ ତାଙ୍କ ଦୀର୍ଘ ଦିନର ବାନ୍ଧବୀ ୯୬ ବର୍ଷୀୟା ଜୀନ ସ୍ୱଲୀନଙ୍କୁ ବିବାହ କରିଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହରୋଲ୍ଡଙ୍କ ସମେତ ଅଳ୍ପ କିଛି ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କ ସହ ସେ ଯୁଦ୍ଧ ବନ୍ଦୀଭାବେ ରହିଥିଲେ । ୮୦ ବର୍ଷ ବୟସରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶ୍ୱଯୁଦ୍ଧ ସମୟରେ ହଜାର ହଜାର ଆମେରିକୀୟ ସୈନିକ ଯେଉଁଠାରେ ଉପସ୍ଥିତ ରହିଥିଲେ ସେଠାରେ ଉଭୟ ବିବାହ କରିଛନ୍ତି । ଟେରେନ୍ସଙ୍କୁ ୧୮ ବର୍ଷ ବୟସ ହୋଇଥିବା ବେଳେ ଆମେରିକାର ନାଭାଲ ବେସ ଉପରେ ଜାପାନ ବୋମା ମାଡ କରିଥିଲା । ଏହା ପରେ ତାଙ୍କୁ ବନ୍ଦୀ କରାଯାଇଥିଲା ।

ଟେରେନ୍ସ ଜଣେ ମଜାଳିଆ ବ୍ୟକ୍ତି ବୋଲି ତାଙ୍କ ପତ୍ନୀ ସ୍ୱଲୀନ କହିଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ହରୋଲ୍ଡୋ ଘରକୁ ଫେରି ଥେଲମାଙ୍କୁ ବିବାହ କରିଥିଲେ । ସେମାନଙ୍କର ୩ଟି ସନ୍ତାନ ଥିଲେ । ୨୦୧୮ରେ ଥେଲେମାଙ୍କର ମୃତ୍ୟୁ ଘଟିଥିଲା । ଏହା ପରେ ସ୍ୱଲୀନଙ୍କ ସହ ତାଙ୍କ ପରିଚୟ ହୋଇଥିଲା । ଉଭୟ ପରସ୍ପରକୁ ପସନ୍ଦ କରିଥିଲେ ଏବଂ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

Comments are closed.