Latest Odisha News

ରଜରେ ମିଳିବନି ଆଶ୍ବସ୍ତି! ୧୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର:ରଜରେ ବର୍ଷା ହେଲେ ମାଟି ଭିଜେ। ଯାହା ଆମ ବାୟୁମଣ୍ଡଳକୁ ଆଶ୍ବସ୍ତି ଆଣି ଦିଏ। ଏବେ କିନ୍ତୁ ପାଣିପାଗ ବିଭାଗର ଆକଳନ ଅନୁସାରେ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆଇଏମଡି ଏପରି ପୂର୍ବାନୁମାନ କରିଥିବା ବେଳେ ମଙ୍ଗଳବାର ରାଜ୍ୟର ୧୬ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।

ଭୁବନେଶ୍ୱରସ୍ଥିତ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଆଞ୍ଚଳିକ କେନ୍ଦ୍ରର ସନ୍ଧ୍ୟା ବୁଲେଟିନ୍ ଅନୁଯାୟୀ, ରାଜ୍ୟର ୯ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ବା ତା’ଠାରୁ ଅଧିକ ରହିଛି।

ନୂଆପଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସ୍ଥାନ ହୋଇଥିବା ବେଳେ ସର୍ବାଧିକ ତାପମାତ୍ରା ୪୩.୭ ଡିଗ୍ରୀ ସେଲସିୟସ ରହିଛି। ଏହା ପରେ ମାଲକାନଗିରିରେ ୪୩.୫ ଡିଗ୍ରୀ ଓ ବୌଦ୍ଧରେ ୪୩.୨ ଡିଗ୍ରୀ ରହିଛି।

ଝାରସୁଗୁଡ଼ାରେ ତାପମାତ୍ରା ୪୨.୬ ଡିଗ୍ରୀ ରେକର୍ଡ କରାଯାଇଥିବାରୁ ସମଗ୍ର ପଶ୍ଚିମ ଓଡ଼ିଶା ଗ୍ରୀଷ୍ମ ପ୍ରବାହର କବଳରେ ରହିଛି। ଏହା ପରେ ଟିଟିଲାଗଡ଼ରେ ୪୨.୫, ରାଉରକେଲାରେ ୪୨.୩, ବଲାଙ୍ଗୀର, ସମ୍ବଲପୁର ଓ ସୋନପୁରରେ ୪୨ ଡିଗ୍ରୀ ରେକର୍ଡ କରାଯାଇଛି।ଦୁଇ ସହର ଭୁବନେଶ୍ୱର ଓ କଟକରେ ସର୍ବୋଚ୍ଚ ତାପମାତ୍ରା ଯଥାକ୍ରମେ ୩୮.୪ ଓ ୩୭.୪୭ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଛି।

Leave A Reply

Your email address will not be published.