Latest Odisha News

ଆଇସକ୍ରିମ୍‌ ଭିତରୁ ମିଳିଲା ମଣିଷର କଟା ଆଙ୍ଗୁଳି

ମୁମ୍ବାଇ: ମୁମ୍ବାଇର ମଲାଡ ଅଞ୍ଚଳରେ ହତଚକିତ କରିଦେଲାପରି ଏକ ଘଟଣା ସାମ୍ନାକୁ ଆସିଛି । ଏକ ଆଇସକ୍ରିମ୍‌ ଭିତରୁ ମଣିଷର କଟା ଆଙ୍ଗୁଳି ମିଳିଛି । ଏହି ଖବର ପ୍ରଘଟ ହେବା ପରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ଖବର ମୁତାବକ, ମଲାଡ ଅଞ୍ଚଳରେ ଜଣେ ମହିଳା ୟମ୍ମୋ ଆଇସକ୍ରିମ୍ ଦୋକାନରୁ ଅନଲାଇନ୍‌ରେ ଆଇସକ୍ରିମ୍‌ ଅର୍ଡର କରିଥିଲେ । ଏହାକୁ ଖାଇବା ବେଳେ ଏଥିରୁ ମଣିଷର ଆଙ୍ଗୁଳି ବାହାରିଥିଲା । ଏହା ଦେଖି ହଠାତ୍ ମହିଳା ଜଣଙ୍କଡରି ଯାଇଥିଲେ । ସେ ଏହାର ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଫଟୋରେ ଆଇସକ୍ରିମ୍ ଉପରି ଭାଗରେ ଏକ ମଣିଷ ଆଙ୍ଗୁଠି ଥିବା ଦେଖାଯାଉଛି ।

ଏହାପରୋ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପୋଲିସ କମ୍ପାନୀ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଏହା ଏକ ମଣିଷର ଆଙ୍ଗୁଠି ବୋଲି ଜଣା ପଡିଥିବାବେଳେ, ଅଧିକ ଯାଞ୍ଚ ପାଇଁ ଆଇସକ୍ରିମ୍‌ ରୁ ମିଳିଥିବା ମାନବ ଶରୀରର ଅଂଶକୁ ଏଫଏସଏଲ୍‌ କୁ ପୋଲିସ ପଠାଇ ତଦନ୍ତ ଜାରି ରଖିଛି ।

Comments are closed.