Latest Odisha News

BREAKING NEWS

ବଢୁଛି ଲୋକପ୍ରିୟତା, ଆଗାମୀ ଦୁଇ ମାସରେ ଟ୍ରାକ୍‌ରେ ଦୌଡିବ ବନ୍ଦେ ଭାରତ ସ୍ଲିପର୍‌ ଟ୍ରନ୍

ନୂଆଦିଲ୍ଲୀ: ବନ୍ଦେ ଭାରତ ଟ୍ରେନର ଲୋକପ୍ରିୟତା ବହୁତ ବୃଦ୍ଧି ପାଇଛି। ଟ୍ରେନରେ ଉତ୍କୃଷ୍ଟ ସୁବିଧା ଏବଂ ଏହାର ଦୃତ ଗତି ଯୋଗୁଁ ଲୋକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି। ବର୍ତ୍ତମାନ ବନ୍ଦେ ଭାରତ ଟ୍ରେନର ନବୀକରଣ ହୋଇଥିବା ସଂସ୍କରଣ ଆସିବାକୁ ଯାଉଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା ସୂଚିତ କରିଛନ୍ତି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଖୁବ ଶୀଘ୍ର ଆସୁଛି ବନ୍ଦେ ଭାରତ ସ୍ଲିପର ଟ୍ରେନ୍ । ଦୁଇ ମାସ ଭିତରେ ଟ୍ରାକରେ ଦୌଡ଼ିବ ଭାରତର ବହୁ ପ୍ରତୀକ୍ଷିତ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ । ଏହି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ଟ୍ରେନ୍ ନିର୍ମାଣ କାମ ଜୋରସୋରରେ ଚାଲିଛି। ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ବୈଷୟିକ କାମ। ବେଙ୍ଗାଲୁରୁରେ ଥିବା ବିଇଏମଏଲ ଲିମିଟେଡର ରେଳ ୟୁନିଟରେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ନିର୍ମାଣ ଚାଲିଛି। ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ସ୍ଲିପର ଟ୍ରେନରେ ଯାତ୍ରୀଙ୍କୁ ଆରାମଦାୟକ ଯାତ୍ରା ସହ ରହିବ ବିଶ୍ୱସ୍ତରୀୟ ସୁବିଧା।

ବନ୍ଦେ ଭରତ ସ୍ଲିପର୍‌ ଟ୍ରେନ୍ ମଧ୍ୟରେ ଡିଜାଇନ୍ ଏବଂ ସୌନ୍ଦର୍ଯ୍ୟକୁ ପ୍ରାଥମିକତା ଦିଆଯାଇଛି। ରେଳ ମନ୍ତ୍ରୀଙ୍କ କହିବାନୁସାରେ, ବନ୍ଦେ ଭାରତ ସ୍ଲିପର ଟ୍ରେନ ଭିତର, ଶୋଇବା ବର୍ଥ ଏବଂ ବାହ୍ୟରେ ସୌନ୍ଦର୍ଯ୍ୟ ଆବେଦନକୁ ଅଗ୍ରାଧିକାର ଦିଆଯାଇଛି। ୧୬ କୋଚ୍ ବିଶିଷ୍ଟ ରହିବ ବନ୍ଦେ ଭାରତ ସ୍ଲିପର ଭର୍ସନ। ଯେଉଁଥିରେ ୪ଟି ବଗିର ଗୋଟିଏ ୟୁନିଟ୍ ରହିବ। ୧୦ଟି କୋଚ୍‌ ଏସି-୩, ୪ଟି ଏସି-୨ ଓ ଗୋଟିଏ ଏସି-୧ ରହିବ। ଏଥିରେ ଅତ୍ୟାଧୁନିକ ନିୟନ୍ତ୍ରଣ ସହିତ ସେନ୍ସର ଭିତ୍ତିକ ଲାଇଟିଂ, କ୍ୟାମେରା, ବାୟୋ ଭ୍ୟାକ୍ୟୁମ୍ ଟଏଲେଟ୍ ଓ ଅନ୍ୟାନ୍ୟ ସୁବିଧା ରହିବ।

ପ୍ରଥମ ପର୍ଯ୍ୟାୟ ବନ୍ଦେ ଭାରତ ସ୍ଲିପର୍‌ ଟ୍ରେନ୍‌ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଦୌଡିବ। ଏହାପରେ ପର୍ଯ୍ୟୟ କ୍ରମେ ଘଣ୍ଟା ପ୍ରତି ୧୬୦ରୁ ୨୨୦ କିଲୋମିଟର ବେଗରେ ଦୌଡିବ। ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର୍‌ ଟ୍ରେନ୍‌ ଡିସେମ୍ବର କିମ୍ବା ଜାନୁଆରୀରେ ଦିଲ୍ଲୀ-କୋଲକାତା ଅଥବା ଦିଲ୍ଲୀ-ମୁମ୍ବାଇ ଯେକୌଣସି ରେଳ ଟ୍ରାକ୍‌ରେ ଦୌଡିବା ସମ୍ଭାବନା ଅଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଏବେ ଦେଶରେ ବନ୍ଦେ ଭାରତର ଚେୟାର କାର୍ ଟ୍ରେନ୍ ଚଳାଚଳା କରୁଛି।

 

Comments are closed.