Latest Odisha News

BREAKING NEWS

ସ୍ଥଗିତ ରହିଲା ହାଇକୋର୍ଟ ବାର ଆସୋସିଏସନର କାର୍ଯ୍ୟବନ୍ଦ ଆନ୍ଦୋଳନ

ଭୁବନେଶ୍ୱର: ଓଡିଶା ହାଇକୋର୍ଟ ବାର ଆସୋସିଏସନ ବୈଠକ ପରେ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।

ଗଣମାଧ୍ୟମକୁ ସୂଚନା ଦେଇ ଆସୋସିଏସନ ସଭାପତି ଗୋପାଳ କୃଷ୍ଣ ମହାନ୍ତି କହିଛନ୍ତି ଯେ, ନଭେମ୍ବର ୪ ତାରିଖରୁ କ ହାଇକୋର୍ଟର ସମସ୍ତ ଆଇନଜୀବୀ କାର୍ଯ୍ୟରେ ଯୋଗଦେବେ।

ତେବେ ଏହି ଆନ୍ଦୋଳନକୁ ଆସୋସିଏସନ ବନ୍ଦ କରିଦେଇଥିଲେ ମଧ୍ୟ କଲେଜିୟମ ବ୍ୟବସ୍ଥାକୁ ବିରୋଧରେ ନିଜ ଲଢେଇ ଜାରି ରଖିବ”।

ଆହୁରି ମଧ୍ୟ ସେ କହିଛନ୍ତି ଯେ, “ଆମ ଦାବିକୁ ପୂରଣ କରୁବାକୁ ଆମେ ଅନ୍ୟ ଉପାୟମାନ ଆପଣାଇବା ସହ ଅନ୍ୟ ରାଜ୍ୟଗୁଡିକର ହାଇକୋର୍ଟ ବାର ଆସୋସିଏସନର ସହାୟତା ନେବୁ” ।

ପୂର୍ବରୁ, ସୁପ୍ରିମକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଆଇନଜୀବୀ ମାନେ ଧର୍ମଘଟ କଲେ କୋର୍ଟ କେମିତି ଚାଲିବ ବୋଲି ପ୍ରଶ୍ନ କରିଥିଲେ ।

Comments are closed.