Latest Odisha News

ସାନ୍ତାଳୀ ଭାଷାରେ ଶପଥ ନେବେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ

ଭୁବନେଶ୍ୱର: ନବନିର୍ବାଚିତ ସାଂସଦମାନେ ଆସନ୍ତା ୨୪ ତାରିଖରେ ସଂସଦରେ ଶପଥ ଗ୍ରହଣ କରିବେ । ସେମାନଙ୍କ ମଧ୍ୟରେ ଓଡ଼ିଶାର ୨୧ ସାଂସଦ ମଧ୍ୟ ଶପଥ ଗ୍ରହଣ କରିବେ । ଏନେଇ ସଂସାଦ ମାନେ ଶପଥଗ୍ରହଣ କରିବାକୁ ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ।

ତେବେ ଶପଥ ଗ୍ରହଣ ପୂର୍ବରୁ ମୟୂରଭଞ୍ଜରୁ ସାଂସଦ ହୋଇଥିବା ନବଚରଣ ମାଝୀ ଆଜି ନିଜ ମାତୃଭାଷା ସାନ୍ତାଳୀ ଭାଷାରେ ଶପଥ ନେବେ ବୋଲି କହିଛନ୍ତି । ଏହାକୁ ନେଇ ନବଚରଣ ମାଝୀ କହିଛନ୍ତି, ଆଗାମୀ ଦିନରେ କିଭଳି ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର ହେବ ଏବଂ ଲୋକଲୋଚନକୁ ଆସିବ ସେନେଇ ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆଲୋଚନା ସହ କରିବି ।

ନବଚରଣ ମାଝୀ ଆହୁରି କହିଛନ୍ତି ଯେ, ସାନ୍ତାଳୀ ଭାଷାକୁ ବିକଶିତ କରିବାକୁ ସବୁ ପଦକ୍ଷେପ ନେବି । ଏହି ଭାଷାକୁ କିଭଳି ଆଗକୁ ବଢାଯାଇପାରିବ ସେନେଇ ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବି ବୋଲି ସେ କହିଛନ୍ତି ।

Comments are closed.