Latest Odisha News

ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ଏତଲା

ଖୋର୍ଦ୍ଧା: ହଳଦିଆ ଡିଗ୍ରୀ କଲେଜ ଅଧକ୍ଷ୍ୟଙ୍କୁ ମାଡ଼ ଅଭିଯୋଗ । ପରିଚାଳନା କମିଟି ସଭାପତି ଓ ଜଣେ ଅଧ୍ୟାପକ ମାଡ଼ ମାରିଥିବା ଅଭିଯୋଗ । ପ୍ରିନ୍ସିପାଲଙ୍କ ବଦଳିକୁ ନେଇ ମାଡ଼ ମାରିଥିବା ସୂଚନା ମିଳିଛି । ଏନେଇ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ଏତଲା ଦିଆଯାଇଛି । ତେବେ ଚାମ୍ବରରେ ପଶି ମାଡ଼ ମାରିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସିସଟିଭି ଭିଡିଓକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଅଭିଯୋଗ ନେଇ ସଭାପତି କିମ୍ବା ଅଧ୍ୟାପକଙ୍କ ପ୍ରତିକ୍ରିୟା ମିଳିନି ।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮.୩୦ରେ ଅଧ୍ୟକ୍ଷ ଉମାକାନ୍ତ ପାତ୍ର ସମୟରେ ନିଜ ପ୍ରକୋଷ୍ଠରେ ବସିଥିବା ବେଳେ କଲେଜ ପରିଚାଳନା କମିଟି ସଭାପତି ରଞ୍ଜନ କୁମାର ଭଞ୍ଜ, ଇତିହାସ ବିଭାଗର ଅଧ୍ୟାପକ ବିଜୟ କୁମାର ଭଞ୍ଜ ଦେଓଙ୍କ ସମେତ ସ୍ଥାନୀୟ ଅଞ୍ଚଳର କିଛି ଲୋକ ସେଠାରେ ପହଞ୍ଚିଥିଲେ। କିଛି କାଗଜ ଦେଖାଇ ଅଧ୍ୟକ୍ଷ ଉମାକାନ୍ତଙ୍କୁ ପ୍ରିନ୍ସିପାଲଙ୍କ ସିଟ୍‌ ଓ କଲେଜ କ୍ୟାମ୍ପସ ଛାଡ଼ି ଚାଲି ଯିବାକୁ କହିଥିଲେ। ହେଲେ ଉମାକାନ୍ତ ସେମାନଙ୍କ କଥାରେ ରାଜି ହୋଇ ନଥିଲେ।

ପରେ ପ୍ରଫେସର ଉମାକାନ୍ତଙ୍କ ସହ ପ୍ରବଳ ବଚସା ହୋଇଥିଲେ । ଘଟଣା ତୀବ୍ର ରୁପା ଧାରଣ କରିଥିଲା । ପରସ୍ପରକୁ ମାଡ ମାରିଥିଲେ ଉଭୟେ । ତେବେ ମାଡପିଟରେ ଉମାକାନ୍ତଙ୍କ ଦେହରେ ଆଘାତ ଲାଗିଛି। ତେବେ ଏ ସମସ୍ତ ଘଟଣା କଲେଜର ପିଓନ ଓ ୱାଚମ୍ୟାନ ଦେଖିଥିବା କହିଛନ୍ତି ଉମାକାନ୍ତ । ଘଟଣା ପରେ ଆକ୍ରମଣକାରୀମାନେ ଫେରାର ହୋଇ ଯାଇଥିଲେ। ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସିସିଟିଭି ଭିଡିଓକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Comments are closed.