Latest Odisha News

ଅନନ୍ତ ଅମ୍ବାନି ଓ ରାଧିକାଙ୍କ ବିବାହ: ଶ୍ରୀମନ୍ଦିର ସେବାୟତଙ୍କୁ ଆସିଲା ନିମନ୍ତ୍ରଣ ପତ୍ର

ପୁରୀ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନିଙ୍କ ନିଆରା ବାହାଘର ନିମନ୍ତ୍ରଣ ପତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଥିା ବେଳେ ପୁରୀରେ ପହଞ୍ଚିଲା ଅନନ୍ତ ଅମ୍ବାନି ଓ ରାଧିକାଙ୍କ ବିବାହ କାର୍ଡ। ଶ୍ରୀମନ୍ଦିର ସେବାୟତଙ୍କୁ ଆସିଲା ନିଆରା ନିମନ୍ତ୍ରଣ ପତ୍ର। ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବ ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବ। ଏହି ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଶ୍ରୀମନ୍ଦିରର ଜଣେ ସେବାୟତ ତଥା ପରିଚାଳନା କମିଟି ସଦସ୍ୟ ଜଗନ୍ନାଥ କରଙ୍କ ନିକଟକୁ ଏହି ନିମନ୍ତ୍ରଣ ପତ୍ର ଆସିଛି।

ଯେତେବେ ବେଳେ ସେବାୟତଙ୍କ ନିକଟକୁ ଏହି ନିମନ୍ତ୍ରଣ କାର୍ଡ ଆସି ପହଞ୍ଚିଲା, ସେତେବେଳେ ସେବାୟତ ଜଣକ ଆଶ୍ଚର୍ଯ୍ୟ ହୋଇ କାର୍ଡଟିକୁ ଦେଖିବାକୁ ଲାଗିଲେ। କାରଣ ପତ୍ରଟି ସମ୍ପୂର୍ଣ୍ଣ ରୂପାରେ ଆଚ୍ଛାଦିତ ହୋଇଛି । ନିମନ୍ତ୍ରଣ ପତ୍ରଟିକୁ ଖୋଲିଲେ ବିଷ୍ଣୁ ସହସ୍ର ନାମ ଗୁଞ୍ଜରିତ ହେଉଛି।

ନିମନ୍ତ୍ରଣ ପତ୍ରରେ ଭାରତର ବିଭିନ୍ନ ଦେବାଦେବୀ ମାନଙ୍କର ପ୍ରତିଛବି ରହିଛି । ତେବେ କାର୍ଡଟିକୁ ଡିଜିଟାଲ ଉପାୟରେ ପ୍ରସ୍ତୁତ କରାଯାଇଛି। ସୂଚନା ଥାଉକି, କିଛିଦିନ ତଳେ ଅନନ୍ତ ଅମ୍ବାନି ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ। ସେ ସମୟରେ ପ୍ରାୟ ଅଢେଇ କୋଟି ଟଙ୍କା ସେ ଶ୍ରୀମନ୍ଦିରକୁ ଦାନ କରିଥିଲେ।

Comments are closed.