Latest Odisha News

BREAKING NEWS

ବ୍ୟାସନଗରରେ ‘ଟ୍ରେନ ଦ ବ୍ରେନ’ କର୍ମଶାଳା’

ଯାଜପୁର: ଆଜିର ଆଧୁନିକ ସମୟରେ ପିଲାମାନଙ୍କ ବ୍ରେନ ବିକଶିତ ନହୋଇ ରହିଯାଉଛି । କଣ ଏହାର କାରଣ ? ଏଥିରେ କେତେ ରହୁଛି ଅବିଭାବକ ମାନଙ୍କର ଭୂମିକା କଣ  ? ଏହିସବୁ ପ୍ରଶ୍ନ ସହ ରବିବାର ଯାଜପୁରର ବ୍ୟାସନଗରଠାରେ ‘ଟ୍ରେନ ଦ ବ୍ରେନ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାଟି ବ୍ୟାସନଗରସ୍ଥିତ କିଡିକିଡ୍ସ ସ୍କୁଲ ଦ୍ୱାରା ଆୟୋଜିତ ହୋଇଥିଲା । ପିଲାଙ୍କ ମସ୍ତିକ ବିକଶିତ କରିବା କ୍ଷେତ୍ରରେ ଅବିଭାବକଙ୍କ ଭୂମିକା ସମ୍ପର୍କରେ ଅବଗତ କରାଇବା କ୍ଷେତ୍ରରେ ଏହିସ୍କୁଲ ଲଗାଦାର ୬ବର୍ଷ ହେବ ‘ଟ୍ରେନ ଦ ବ୍ରେନ’ କର୍ମଶାଳା ଆୟୋଜନ କରି ଆସୁଛି ।

ସ୍କୁଲର ଅଧ୍ୟକ୍ଷ ମାନସ ରଞ୍ଜନ ମହାନ୍ତିଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିବା ଏହି କର୍ମଶାଳାରେ ମୁଖ୍ୟ ଅଥିତି ଭାବେ ଓଡ଼ିଶା ବାଲେଶ୍ଵର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ‘ଏକ୍ସଆଇଏମବି’ର ପୁରାତନ ଛାତ୍ରୀ ତଥା ଅର୍ଥନୀତିଜ୍ଞ ଶ୍ରୀମତୀ ଗୀତାଞ୍ଜଳି ଯେବି ଯୋଗଦେଇଥିଲେ । ବହୁଗୁଣର ଅଧିକାରୀ ଗୀତାଞ୍ଜଳି ଲେହ ସ୍ଥିତ ହିମାଳୟମ ଇନଷ୍ଟିଚ୍ୟୁଟ ଅଫ ଅଲଟରନେଟିଭର ପ୍ରତିଷ୍ଠାତା ଅଟନ୍ତି । ଏହାସହ ସେ ଏୟୁମ ହସ୍ପିଟାଲର ଚେୟାରପର୍ସନ ଅଟନ୍ତି । ଏକାଧାରରେ ସେ ଜଣେ, ଓଡ଼ିଶୀ ନୃତ୍ୟଶିଳ୍ପୀ, ଚିତ୍ରଶିଳ୍ପୀ ତଥା କରାଟେରେ ମଧ୍ୟ ବ୍ଲାକ ବେଲ୍ଟ ଜିତିଛନ୍ତି ।

ଅବିଭାବକ ଭାବରେ ଆମେ ପିଲାମାନଙ୍କୁ ବନ୍ଦୀ କରି ରଖୁଛନ୍ତି । ସେମାନଙ୍କୁ ସ୍ୱାଧୀନତା ଦରକାର । ଆମେ ଆମ ଛୁଆକୁ ଶୁଆ ବନାଇ ସାରିଲେଣି । ଖାଲି ଘୋଷ ଆଉ ଲେଖ। ଆଜିର ପିଲାମାନେ କେବଳ ଚାକିରୀ ପାଇଁ ପାଠ ପଢୁଛନ୍ତି । ଏହିଭଳି କିଛି ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଏହି କାର୍ମଶାଳାରେ ଆଲୋଚନା କରାଯାଇଛି ।

ଅବିଭାବକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ।

ଶିକ୍ଷାରେ ମାତୃଭାଷାର ଗୁରୁତ୍ୱ ଅନେକ। ଛୋଟ ବୟସରୁ ଅବିଭାବକ ମାନେ ଦୁଇଟି ଜିନିଷ ପିଲାଙ୍କୁ ପ୍ରଦାନ କରିବା ଦରକାର । ଗୋଟିଏ ହେଉଛି ସ୍ୱାଧୀନତା ଓ ଅନ୍ୟଟି ବିଶ୍ୱାସ । ପିଲା କଣ କରୁଛି ତାହା ଉପରେ ଅଭିଭାବକଙ୍କର ସମ୍ପୂର୍ଣ୍ଣ ଭରସା ରହିବା ଦରକାର ।

ନିଜ ଚାରିପାଖରେ ଥିବା ଜିନିଷକୁ ବ୍ୟବହାର କରି ପିଲାଙ୍କ ମସ୍ତିଷ୍କ ବିକଶିତ କରିବାକୁ ଉଭୟ ଅଭିଭାବକ ଓ ଶିକ୍ଷକ ଏହି କାର୍ମଶାଳାରେ ଶପଥ ନେଇଛନ୍ତି ।

Comments are closed.