Latest Odisha News

BREAKING NEWS

ନାସା ଯିବେ ଓଡିଆ ପୁଅ; ପ୍ରଦର୍ଶିତ କରିବେ ଅଭିନବ ଡ୍ରୋନ୍ ପ୍ରୋଜେକ୍ଟ

ଅନୁଗୁଳ: ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ ନ୍ୟାସନାଲ୍ ଏରୋନେଟିକ୍ସ ଆଣ୍ଡ ସ୍ପେଶ୍ ଆଡମିନିଷ୍ଟ୍ରୋସନ୍ (ନାସା) ଯିବେ ଓଡିଆ ପୁଅ ଶୁଭ୍ରାଂଶୁ ନାୟକ । ଯାହା ଓଡିଶା ପାଇଁ ଆଉ ଏକ ଗୌରବ ଆଣିଦେଇଛି ।

ନିଜର ଅଭିନବ ଜ୍ଞାନକୌଶଳରେ ନିର୍ମାଣ କରିଥିବା ଡ୍ରୋନ୍ ପ୍ରୋଜେକ୍ଟକୁ ସେଠାରେ ପ୍ରଦର୍ଶିତ କରିବାର ପାଇଁ ଶୁଭ୍ରାଂଶୁ ନାସା ପକ୍ଷରୁ ଆମନ୍ତ୍ରିତ ହୋଇଛନ୍ତି ।

ଭାରତର ୨ ଜଣଙ୍କ ସମେତ ଶୁଭ୍ରାଂଶୁ ପାଖାପାଖି ବିଶ୍ୱର ୧୩୮ ଜଣ ପ୍ରତିଯୋଗୀ ୱାସିଂଟନର ସ୍ପେଶ ସେଣ୍ଟରରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଚଳିତ ମାସ ୨୩ ତାରିଖଷର ଶୁଭ୍ରାଂଶୁ ନାସା ଯିବାକୁ ଥିବା ବେଳେ ଡିସେମ୍ବର ୧ ତାରିଖରେ ସେ ନିଜର ପ୍ରୋଜେକ୍ଟକୁ ପ୍ରଦର୍ଶିତ କରିବେ ବୋଲି ସୂଚନା ମିଳିଛି ।

ଅନୁଗୁଳ ଉପକଣ୍ଠସ୍ଥ ହୁଲୁରୁସିଂହାର ଗ୍ରାମର ବାସିନ୍ଦା ଲକ୍ଷ୍ମଣ ଓ ସୁଲୋଚନା ନାଏକଙ୍କ ପୁଅ ହେଉଛନ୍ତି ଶୁଭ୍ରାଂଶୁ । ଲକ୍ଷ୍ମଣ ଜଣେ ବ୍ୟାଗ୍ ବିକାଳୀ ଭାବେ କାର୍ଯ୍ୟ କରୁଥିବା ବେଳେ ଶୁଭ୍ରାଂଶୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନବମ ଶ୍ରେଣୀରେ ପଢୁଛନ୍ତି । ମାତ୍ର ୬୫ ଟଙ୍କାରେ ନିର୍ମାଣ କରିଥିବା ମାଭିକ୍ ପ୍ରକଳ୍ପକୁ ନିକଟରେ ନାସା ସ୍ପେଶ ସେଟଲମେଣ୍ଟ ୱେବସାଇଟରେ ଅପଲୋଡ୍ କରିଥିଲେ ସେ । ଯାହା ନାସା ଦ୍ୱାରା ଆଦୃତ ହୋଇଥିଲା ।

ଶୁଭ୍ରାଂଶୁଙ୍କ କହିବାନୁଯାୟୀ, ତାଙ୍କର ଏହି ଅଭିନବ ପ୍ରକଳ୍ପଟି ‘ଗୁଗୁଲ୍’ ମ୍ୟାପ୍ ଦ୍ୱାରା ଦୁର୍ଗମ ଅଞ୍ଚଳଗୁଡିକରେ ଆକାଶ ମାର୍ଗରେ ଯାଇ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ପ୍ରଦାନରେ ସହାୟକ ହେବ । ଯେଉଁସ୍ଥାନକୁ ଡାକ୍ତରମାନେ ପହଞ୍ଚିବା କଷ୍ଟକର ହୋଇଥାଏ, ସେସ୍ଥାନରେ ଏହି ଡ୍ରୋନ୍ କ୍ୟାମେରା ପହଞ୍ଚିବା ସହ ଡାକ୍ତର ଏହାଦ୍ୱାରା ରୋଗୀର ଚିକିତ୍ସା ମଧ୍ୟ କରିପାରିବେ ।

Leave A Reply

Your email address will not be published.