Latest Odisha News

ବିଏସପି ନେତା ଆର୍ମଷ୍ଟ୍ରଙ୍ଗଙ୍କ ହତ୍ୟା ଘଟଣାରେ ୮ ଗିରଫ

ଚେନ୍ନାଇ: ତାମିଲନାଡୁର ବହୁଜନ ସମାଜବାଦୀ ପାର୍ଟି ଅଧ୍ୟକ୍ଷ କେ ଆର୍ମଷ୍ଟ୍ରଙ୍ଗ ହତ୍ୟାକାଣ୍ଡରେ ୮ ଜଣ ଗିରଫ। ସେମାନଙ୍କୁ ପଚରାଉଚରା କରାଯାଉଛି। ତେବେ ଆର୍ମଷ୍ଟ୍ରଙ୍ଗଙ୍କୁ କାହିଁକି ହତ୍ୟା କରାଯାଇଛି, ସେନେଇ ଜେରା ପରେ ଜଣାପଡିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ।

ତେବେ ଏହି ଘଟଣାରେ ପାର୍ଟି ସୁପ୍ରିମୋ ମାୟାବତୀ ଶୋକ ପ୍ରକାଶ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଆସନ୍ତାକାଲି ସେ ଆର୍ମଷ୍ଟ୍ରଙ୍ଗଙ୍କ ପରିବାର ବର୍ଗଙ୍କୁ ଭେଟିବା ପାଇଁ ଚେନ୍ନାଇ ଗସ୍ତ କରିବେ।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଅପରାହ୍ନରେ ଚେନ୍ନାଇର ପେରାମ୍ବୁରସ୍ଥିତ ନିଜ ବାସଭବନ ନିକଟରେ ୬ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ଯ ସେଠାରେ ଆର୍ମଷ୍ଟ୍ରଙ୍ଗଙ୍କର ମୃତ୍ୟୁ ହୋଇଥିଲା।

 

Comments are closed.