Latest Odisha News

ମାଇକେଲ ଭନଙ୍କୁ କଡା ଜବାବ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଟି୨୦ ବିଶ୍ୱକପ ୨୦୨୪ର ଟାଇଟଲ ହାସଲ କରିଛି । ଅବଶ୍ୟ ଏହି ବିଜୟ ଅନେକଙ୍କୁ ହଜମ ହେଉ ନାହିଁ । ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାଚ ନେଇ ସୋସିଆଲ ମିଡିଆରେ ଭୂଲ ତଥ୍ୟ ପରିବେଷଣ କରାଯିବା ପରେ ଏବେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଭାରତକୁ ସୁହାଇଲା ଭଳି ଏହି ବିଶ୍ୱକପ ଆୟୋଜନ କରାଯାଇଥିଲା । ଆଫଗାନିସ୍ତାନ ଟିମ ତ୍ରିନିଦାଦ ଯିବା ବେଳେ ଫ୍ଲାଇଟରେ ବିଳମ୍ବ ହୋଇଥିଲା । ସୁପର ଏଇଟ ମ୍ୟାଚ ଖେଳିବା ପୂର୍ବରୁ ସେମାନଙ୍କୁ ଅଭ୍ୟାସ କରିବା ପାଇଁ ମଧ୍ୟ ସମୟ ମିିଳି ନ ଥିଲା । ଆଫଗାନିସ୍ତାନର ସେମିଫାଇନାଲ ମୁକାବିଲାକୁ ଗୁୟାନାରେ କରିଥିଲେ ଭଲ ହୋଇଥାନ୍ତା । ଯେ ହେତୁ ଭାରତକୁ ଆଖି ଆଗରେ ରଖି ଏହି ବିଶ୍ୱକପ ପ୍ରସ୍ତୁତ ହୋଇଥିଲା ଅନ୍ୟ ଟିମ କଥା କିଏ ଚିନ୍ତା କରିବ ।

ଏହାର ଜବାବରେ ଭାରତର ପୂର୍ବତନ କୋଚ ରବି ଶାସ୍ତ୍ରୀ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଭନ ଇଂଲଣ୍ଡ ଟିମ କିପରି ଭଲ ପ୍ରଦର୍ଶନ କରିବ ସେଥିପ୍ରତି ଯତ୍ନବାନ ହେବା ଉଚିତ । ସେମିଫାଇନାଲରେ ଭାରତ ୬୮ ରନରେ ଇଂଲଣ୍ଡକୁ ହରାଇ ଫାଇନାଲକୁ ଉନ୍ନୀତ ହୋଇଥିଲା । ମାଇକେଲ କଣ କହିଲେ ତାହା କୌଣସି ଭାରତୀୟ ଗୁରୁତ୍ୱ ଦେବେ ନାହିଁ । ଆମେ ୪ ଥର ବିଶ୍ୱକପ ଜିତିଥିବା ବେଳେ ସେମାନେ ୨ ଥର ଏହାକୁ ହାସଲ କରିଛନ୍ତି । ଭନ ପ୍ରତିକ୍ରିୟାଶୀଳ ହେବା ସ୍ୱାଭାବିକ ବୋଲି ଶାସ୍ତ୍ରୀ ହସି କରି କହିଛନ୍ତି ।

Comments are closed.