ପୁରୀ: ପୁରୀରେ ବଳଭଦ୍ରଙ୍କ ଆଡପ ବିଜେ ବେଳେ ଘଟିଥିବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ସଫେଇ କର୍ମଚାରୀଙ୍କ ଉପରକୁ ଏକ କଳା ରଙ୍ଗର କାର ମାଡି ଯାଇଥିବା ଜଣାପଡ଼ିଛି। କାରଟିର ବେଗ ଏପରି ଥିଲା ଯେ ତାକୁ ଧରିବା ସମ୍ଭବ ହୋଇପାରିନି। ପାଞ୍ଚରୁ ଅଧିକ ସଫେଇ କର୍ମଚାରୀ ଦୁର୍ଘଟଣାର ଶିକାର ହୋଇଛନ୍ତି। କାରଟିର ବେଗ ଅଧିକ ଥିବାରୁ ନିଶାଶକ୍ତ ଅବସ୍ଥାରେ ଚାଳକ ଜଣଙ୍କ ଗାଡି ଚଳାଉଥିବା ଅନୁମାନ କରାଯାଉଛି। ଦୁର୍ଘଟଣା ପରେ ସଫେଇ କର୍ମଚାରୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପରେ ପ୍ରତିବାଦ କରିବାକୁ ଯାଇ ସଫେଇ କର୍ମଚାରୀ ରାସ୍ତାରେ ପ୍ରତିବାଦ କରିଥିଲେ। ହେଲେ ଘଟଣାସ୍ଥଳରେ ପୋଲିସ ପହଁଚି ବୁଝାସୁଝା କରିବା ପରେ ସମସ୍ତେ ପ୍ରତିବାଦରୁ ଓହରିଥିଲେ।
ସ୍ଥାନୀୟ ଲୋକ କହିଛନ୍ତି, କାରଟି ଦ୍ରୁତ ଗତିରେ ଆସୁଥିଲା। ଭଗ୍ୟକୁ ସେଭଳି କୌଣସି ଅଘଟଣ ଘଟିନାହିଁ। ଯେଉଁ ସ୍ପୀଡରେ ଆସୁଥିଲା ଯଦି କାହା ଦେହରେ ବାଡେଇ ହୋଇଥାନ୍ତା ତାହେଲେ ମୃତ୍ୟୁ ସୁନିଶ୍ଟିତ ହୋଇଥାନ୍ତା। ଭାଗ୍ୟକୁ କେବଳ ଆହତ ହୋଇଛନ୍ତି ସଫେଇ କର୍ମଚାରୀ ଜଣଙ୍କ। କଳା ରଙ୍ଗର କାରଟି ବଡଦାଣ୍ଡରେ ଦୁଇଟି ସ୍ଥାନରେ ଏହିପରି କରିଛି। ପରେ ଜାତୀୟ ରାଜପଥ ଦେଇ ପଳାଇ ଯାଇଛି।
Comments are closed.