Latest Odisha News

ୟୁରୋ କପ ଫୁଟବଲ ୨୦୨୪: ସ୍ପେନ-ଇଂଲଣ୍ଡ ଫାଇନାଲ

ବର୍ଲିନ: ୟୁରୋ କପ ଫୁଟବଲ ୨୦୨୪ ଏବେ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ସ୍ପେନ ଓ ଇଂଲଣ୍ଡ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି । ବୁଧବାର ବିଳମ୍ବିତ ରାତ୍ରରେ ଖେଳା ଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ ୨-୧ ଗୋଲରେ ନେଦରଲାଣ୍ଡସକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ବିଦେଶୀ ମାଟିରେ ପ୍ରଥମ ଥର ପାଇଁ ଇଂଲଣ୍ଡ ଫାଇନାଲକୁ ଉନ୍ନୀତ ହେବାରେ ସଫଳ ହୋଇଛି । ପୂର୍ବରୁ ସ୍ପେନ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରି ସାରିଥିଲା । ଭଲ ଫର୍ମରେ ଥିବା ସ୍ପେନ ୨-୧ ଗୋଲରେ ଫ୍ରାନ୍ସକୁ ହରାଇ ରେକର୍ଡ ୪ର୍ଥ ଥର ପାଇଁ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି ।

ଇଂଲଣ୍ଡ ଓ ନେଦରଲାଣ୍ଡସ ମୁକାବିଲା ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ଅତିରିକ୍ତ ସମୟରେ ବାଜି ମାରିଥିଲା ଇଂଲଣ୍ଡ । ୯୧ତମ ମିନିଟରେ ଅତିରିକ୍ତ ଖେଳାଳି ଓଲୀ ୱାଟକିନ୍ସ ଗୋଲ କରି ଦଳକୁ ବିଜୟୀ କରାଇଥିଲେ । ମ୍ୟାଚର ୭ମ ମିନିଟରେ ନେଦରଲାଣ୍ଡର ଜାଭି ସିମନ୍ସ ଗୋଲ କରି ଦଳକୁ ସୁବିଧାଜନକ ସ୍ଥିତିରେ ରଖିଥିଲେ । ୧୧ ମିନିଟ ପରେ ଇଂଲଣ୍ଡ ଅଧିନାୟକ ହ୍ୟାରୀ କେନ ମ୍ୟାଚକୁ ସମାନ ସ୍ଥିତିକୁ ଆଣିଥିଲେ ।

Comments are closed.