Latest Odisha News

ଆଜି ଆସିବ କେଜ୍ରିୱାଲଙ୍କ ମାମଲାର ରାୟ

ନୂଆଦିଲ୍ଲୀ: ଇଡି ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟରେ କେଜ୍ରିୱାଲଙ୍କ ଆବେଦନ ପ୍ରସଙ୍ଗରେ ଆଜି ଆସିବ ସଂରକ୍ଷିତ ରାୟ। ଏହାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ। ଦିଲ୍ଲୀ ମଦନୀତି ସହ ଜଡିତ ମନି ଲଣ୍ଡିରିଂ ମାମଲାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫଦାରୀକୁ ବିରୋଧ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପିଟିସନ ଦାଖଲ କରିଥିଲେ।

ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପକାନ ଦତ୍ତାଙ୍କୁ ନେଇ ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ୧୭ ମଇରେ ମାମଲାର ଚୂଡ଼ାନ୍ତ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ମଦନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଗେବାକୁ ମନା କରିବା ପରେ ଗତ ମାର୍ଚ୍ଚ ୨୧ ତାରିଖରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା। କୋର୍ଟ ତାଙ୍କୁ ପ୍ରଥମେ ଇଡି ହେପାଜତ ଓ ପରେ ତିହାର ଜେଲକୁ ପଠାଇ ଦେଇଥିଲେ।

ନିର୍ବାଚନ ପ୍ରଚାର ଲାଗି ସୁପ୍ରିମକୋର୍ଟ ତାଙ୍କୁ ମେ ୧୦ ତାରିଖରେ ଅନ୍ତରୀଣ ଜାମିନ ଦେଇଥିଲେ। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ଜୁନ ୨ ରେ ଜାମିନ ଅବଧି ଶେଷ ହେବା ପରେ ସେ ତିହାର ଜେଲରେ ଆତ୍ମସମର୍ପଣ କରିଥିଲେ। ଜୁନ ୨୦ରେ ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଜାମିନ ଦେଇଥିଲେ। ଏହା ଉପରେ ଦିନକ ପରେ ଦିଲ୍ଲୀ ହାଇକୋର୍ଟ ଜାମିନରେ ରହିତାଦେଶ ଦେଇଥିଲେ । ସୁପ୍ରିମକୋର୍ଟରେ ତାର ଶୁଣାଣି ହେବା ଆଗରୁ ଜୁନ୍ ୨୫ରେ ସିବିଆଇ କେଜରିୱାଲଙ୍କୁ ଗିରଫ କରିଥିଲା।

Comments are closed.