Latest Odisha News

ସମୀର ଦେ ‘ଫାଓ’ ର ନୂଆ ସଭାପତି

ଭୁବନେଶ୍ବର: ଫୁଟବଲ ଆସୋସିଏସନ ଅଫ୍ ଓଡ଼ିଶା (ଫାଓ)ର ସଭାପତି ହେଲେ ସମୀର ଦେ । କୌଣସି ପ୍ରତିଦ୍ବନ୍ଦି ନଥିବାରୁ ନିର୍ବାଚନ ପୂର୍ବରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ସମୀର ଦେ । ଏହା ସହିତ ସମ୍ପାଦକ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ଆଶୀର୍ବାଦ ବେହେରା । ଆଗାମୀ ୨୧ରେ ଫାଓର ନିର୍ବାଚନ ହେବାକୁ ଥିବା ବେଳେ ଏଥର ପୂର୍ବତନ ସଭାପତି ଦେବାଶିଷ ସାମନ୍ତରାୟ ପଦରୁ ଗତ ୯ ତାରିଖରେ ଇସ୍ତଫା ଦେଇଥିଲେ ।

ତେବେ କହିରଖୁଛୁ, ଗତ ଦୁଇଟି ନିର୍ବାଚନରେ ଦେବାଶିଷ ରାଧାରମଣ କ୍ଲବ ପକ୍ଷରୁ ପ୍ରତିନିଧିତ୍ବ କରି ନିର୍ଦ୍ବନ୍ଦ୍ବରେ ସଭାପତି ହୋଇ ଆସୁଥିଲେ । ତେବେ ଏଥର କିନ୍ତୁ ରାଧାରମଣ କ୍ଲବ ପକ୍ଷରୁ ତାଙ୍କ ନାଁ ଦିଆଯାଇନଥିଲା । ସେପଟେ ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ପକ୍ଷରୁ ବିଜେପି ନେତା ସମୀର ଦେ ଙ୍କ ନାଁ ଦିଆଯାଇଥିଲା । ତେଣୁ ସମୀର ଦେ ହିଁ କ୍ରୀଡା ସଂଘର ସଭାପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କେହି ପ୍ରତିନ୍ଦ୍ବନ୍ଦୀ ନଥିବାରୁଫାଓର ନୂଆ ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ସମୀର ଦେ ।

Comments are closed.