Latest Odisha News

ୱିମ୍ବେଲଡନ ଟେନିସ: ଫାଇନାଲରେ ଜୋକୋଭିଚ-ଆଲାକାରାଜ

ଲଣ୍ଡନ: ଚଳିତ ୱିମ୍ବେଲଡନ ଟେନିସରେ ସର୍ବିୟାର ନୋଭାକ ଜୋକୋଭିଚ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖି ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ସିଙ୍ଗଲ୍ସର ଟାଇଟଲ ମୁକାବିଲାରେ ଏହି ପୂର୍ବତନ ଏକ ନମ୍ବର ଖେଳାଳି ସ୍ପେନର କାର୍ଲୋସ ଆଲକାରାଜଙ୍କୁ ଭେଟିବେ । ସେମିଫାଇନାଲରେ ଲୋରେଜ ମୁସେଟ୍ଟୀଙ୍କୁ ହରାଇ ସେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ସେ ରେକର୍ଡ ୨୫ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ ପାଇଁ ଉଦ୍ୟମ କରିବେ । ଯଦି ଏଥିରେ ସେ ସଫଳ ହୁଅନ୍ତି ତାହାହେଲେ ୱିମ୍ବେଲଡନରେ ସବୁଠାରୁ ବୟସ୍କ ଖେଳାଳି ଭାବେ ଟାଇଟଲ ହାସଲ କରିବେ । ଆଘାତ ସମସ୍ୟାରୁ ମୁକୁଳିବା ପରେ ଜୋକୋଭିଙ୍କ ଏହି ବଡ ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରୁଛନ୍ତି ।

ଫେଡେରର ୮ ଥର ୱିମ୍ବେଲଡନ ଟାଇଟଲ ଜିତିଛନ୍ତି । ଜୋକୋଭିଚ ଚାମ୍ପିୟନ ହେଲେ ତାଙ୍କ ରେକର୍ଡ ସହ ସମକକ୍ଷ ହେବେ । ସର୍ବିୟାର ଏହି ମହାନ ଖେଳାଳି ଗ୍ରାଣ୍ଡସ୍ଲାମ ଫାଇନାଲରେ ସର୍ବାଧିକ ୩୭ଥର ପ୍ରବେଶ କରିଛନ୍ତି । ଫେଡେରର ୩୧ ଥର ଓ ସ୍ପେନର ରାଫେଲ ନାଡାଲ ୩୦ ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଛନ୍ତି ।

Comments are closed.