Latest Odisha News

ଭାରତୀୟ କ୍ରିକେଟ ଟିମର ଶ୍ରୀଲଙ୍କା ଗସ୍ତ କାର୍ଯ୍ୟସୂଚୀରେ ପରବର୍ତନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପାଇଁ ଜିମ୍ବାୱେ ଗସ୍ତରେ ଯାଇଛନ୍ତି । ଏହା ପରେ ନୂତନ କୋଚ ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ ଭାରତୀୟ ଟିମ ଶ୍ରୀଲଙ୍କା ଗସ୍ତରେ ଯିବ । ସେଠାରେ ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳାଯିବ । ପୂର୍ବରୁ ଏହି ସିରିଜ ୨୬ ଜୁଲାଇରୁ ଆରମ୍ଭ ହେବାକୁ ଥିଲା । ଏବେ ଏଥିରେ ସାମାନ୍ୟ ପରିବର୍ତନ କରାଯାଇଛି । ୨୭ ଜୁଲାଇରୁ ଏହି ସିରିଜ ଆରମ୍ଭ ହେବ । ପ୍ରଥମ ଟି୨୦ ୨୭ରେ ଏବଂ ଦ୍ୱିତୀୟ ଓ ତୃତୀୟ ଟି୨୦ ୨୮ ଓ ୩୦ ଜୁଲାଇରେ ଖେଳାଯିବ । ଏହା ପରେ ଦିନିକିଆ ସିରିଜ ୨ ଅଗଷ୍ଟରୁ ଆରମ୍ଭ ହେବ । ଦ୍ୱିତୀୟ ଓ ତୃତୀୟ ଦିନିକିଆ ୪ ଓ ୭ ଅଗଷ୍ଟରେ ଖେଳାଯିବ ।

ରୋହିତ ଶର୍ମାଙ୍କ ବଦଳରେ ଭାରତର ଟି୨୦ ଅଧିନାୟକ କିଏ ହେବ ଏ ନେଇ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲ ଏହି ଦୌଡରେ ଆଗରେ ରହିଛନ୍ତି । ବିରାଟ କୋହଲି, ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରିଛନ୍ତି । ଦିନିକିଆ ସିରିଜ ପାଇଁ ରୋହିତ, କୋହଲି ଓ ଯଶପ୍ରୀତ ବୁମରାହଙ୍କୁ ବିଶ୍ରାମ ଦିଆଯିବ ।

Comments are closed.