Latest Odisha News

BREAKING NEWS

ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟଣା: ଶିଶୁଭବନରେ ଆଖି ବୁଜିଲା ୧୧ ଦିନର ଶିଶୁ

କଟକ: ଘରୋଇ ନର୍ସିଂହୋମ୍‌ ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ଶିଶୁ ଭବନରେ ଚିକିତ୍ସାଧୀନ ଜଣେ ୧୧ ଦିନର ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁଟି ଭଦ୍ରକ ଚାନ୍ଦବାଲି ଅଞ୍ଚଳର ହୋଇଥିବା ସୂଚନା ରହିଛି। ମୃତ୍ୟୁ ନେଇ ସୂଚନା ଦେଲେ ଶିଶୁ ଭବନ ଅଧୀକ୍ଷକ। ଗତକାଲି ଅଗ୍ନିକାଣ୍ଡ ପରେ ଶିଶୁଟିକୁ ଶିଶୁ ଭବନ ଅଣାଯାଇଥିଲା। ତେବେ ଶିଶୁଟିର ଶରୀରରେ ଅଗ୍ନିକାଣ୍ଡ ଜନିତ କିଛି କ୍ଷତ ନାହିଁ।

ସୂଚନାଯୋଗ୍ୟ, କଟକର ପୁରୀଘାଟ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଗତକାଲି ଅପରାହ୍ନରେ ହଠାତ୍ ନିଆଁ ଲାଗିଯାଇଥିଲା। ହସ୍ପିଟାଲର ୩ୟ ମହଲାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। କେହି କେହି କିଛି ବୁଝିବା ଆଗରୁ ଅତି ଦ୍ରୁତ ଗତିରେ ବ୍ୟାପିଥିଲା ନିଆଁ। ଉପର ମହଲାରେ ରୋଗୀଥିବା ବେଳେ ଅଗ୍ନିଶମ ଟିମ୍ ପାଇଁ ଚ୍ୟାଲେଞ୍ଜ ହୋଇଥିଲା। ବହୁ କଷ୍ଟରେ ଜଣେ ପରେ ଜଣେ ରୋଗୀଙ୍କୁ ସିଡି ମାଧ୍ୟମରେ ତଳକୁ ଆଣିଥିଲେ କର୍ମଚାରୀ। ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ ପାଖରେ ଥିବା ତ୍ରୀଶା ଚାଇଲ୍ଡ କେୟାର ମଧ୍ୟ ପ୍ରଭାବିତ ହୋଇଥିଲା।

ଘଟଣାରେ ମୋଟ ୪୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେଥିରୁ ୩୪ ଜଣଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଛି। ସେଥିରେ ୧୭ ଜଣ ନବଜାତ ଶିଶୁ ରହିଛନ୍ତି। ବାକି ୧୧ ଜଣ ଅନ୍ୟାନ୍ୟ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ସେଥିମଧ୍ୟରୁ ଆଜି ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ କଟକ ରାଧାରମଣ ନର୍ସିଂହୋମରେ ନିଆଁ ଲାଗିବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

 

Comments are closed.