Latest Odisha News

ଆତଙ୍କବାଦୀଙ୍କ ଅନୁପ୍ରବେଶ ବିଫଳ, ସେନାର ଗୁଳିରେ ୩ ଆତଙ୍କୀ ନିପାତ

ଶ୍ରୀନଗର: ପୁଣି ଭାରତୀୟ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା। ରବିବାର ଜମ୍ମୁ-କାଶ୍ମୀରର କିରଣ ସେକ୍ଟର ନିକଟ ନିୟନ୍ତ୍ରଣ ସୀମା ରେଖା (LOC)ରେ ଆତଙ୍କବାଦୀଙ୍କ ଏକ ପ୍ରମୁଖ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ସେବାର ଯବାନ ମାନେ। ଭାରତ-ପାକିସ୍ଥାନ ସୀମା ନିକଟରେ ଥିବା ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନରେ ସେନା ଏପର୍ଯ୍ୟନ୍ତ ତିନିଜଣ ଅନୁପ୍ରବେଶକାରୀ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି।

ଭାରତୀୟ ସେନାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କୁପୱାଡାରେ ଏଲଓସି ଉପରେ ଅନୁପ୍ରବେଶ ଉଦ୍ୟମ ଆଜି ପଣ୍ଡ ହୋଇଛି। ଏହି ସମୟରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। କୁପୱାଡାର କିରଣ ସେକ୍ଟରରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ ନିକଟରେ ସେନାମାନେ ଅତ୍ୟଧିକ ସଶସ୍ତ୍ର ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଥିଲେ।

ଏହା ପରେ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଆରମ୍ଭ ହେଲା। ତେବେ ଯବାନମାନେ ବିଶ୍ୱସ୍ତସୂତ୍ରରୁ ଖବର ପାଇ ଉକ୍ତ ଅଞ୍ଚଳକୁ ଘେରି ଦେଇଥିଲେ। ଫଳରେ ଏଠାରେ ଅନୁପ୍ରବେଶ କରୁଥିବା ୩ ଆତଙ୍କବାଦୀ ଯବାନର ଗୁଳିରେ ଟଳିପଡିଲେ। ତେବେ ଘଟଣାସ୍ଥଳରୁ ୩ ଆତଙ୍କବାଦୀଙ୍କ ମରଶରୀର ‌ଉଦ୍ଧାର କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

 

Comments are closed.