Latest Odisha News

BREAKING NEWS

ପୁଣି ବଢିଲା ଏୟାରଟେଲ ରିଚାର୍ଜ୍

ନୂଆଦିଲ୍ଲୀ: ପ୍ରଥମେ ଜିଓ ଆଉ ଏବେ ଏୟାରଟେଲ ଲୋକଙ୍କ ମୁଣ୍ଡ ବିନ୍ଧା ବଢ଼େଇଛି। ଆକାଶଛୁଆଁ ହେଲେ ରିଚାର୍ଜ୍। ଏଇ କିଛି ଦିନ ତଳେ ଜିଓ ତାର ରିଚାର୍ଜ ମୂଲ୍ୟକୁ ମାତ୍ରାଧିକ ବୃଦ୍ଧି କରିଥିବା ବେଳେ ପୁଣି ଥରେ ଏୟାରଟେଲ ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଇଛି ।

ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ କମ୍ପାନୀ ଏୟାରଟେଲ ପୁଣି ଥରେ ନିଜ ରିଚାର୍ଜ ମୂଲ୍ୟ ବୃଦ୍ଧି କରିଛି। ତେବେ ଜୁଲାଇ ୩ ଏୟାରଟେଲ ଏହାର ରିଚାର୍ଜ ଯୋଜନାର ମୂଲ୍ୟ ବୃଦ୍ଧି କରିଥିବା ବେଳେ ଏବେ ପୁଣି ଏଥିରେ ପ୍ରାୟ ୨୧ ପ୍ରତିଶତ ମହଙ୍ଗା କରିଛି। ଯାହା ଏବେ ଗ୍ରାହକଙ୍କ ମୁଣ୍ଡରେ ଚଡ଼କ ପକାଇଛି।

ତେବେ ଏୟାରଟେଲ୍ ଇଣ୍ଟରନେଟ୍ ସେବା ପାଇଁ ଡାଟା ପ୍ୟାକ ବୃଦ୍ଧି କରିଛି। ଏୟାରଟେଲ ଏହାର ଡାଟା ପ୍ଲାନର ମୂଲ୍ୟ ୬୦ ଟଙ୍କାକୁ ବୃଦ୍ଧି କରିଛି। ୧୮୧ ଯୋଜନାର ମୂଲ୍ୟ ୩୦ ଟଙ୍କା ବୃଦ୍ଧି କରିଛି। ଏବେ ୨୧୧ ଟଙ୍କା ଦେଇ ୧୮୧ ପ୍ଲାନ ଭଳି ସମାନ ସୁବିଧା ପାଇବେ ।  ସେହିପରି ୩୦୧ ଟଙ୍କା ଡାଟା ଯୋଜନାରେ ୬୦ ଟଙ୍କା ବୃଦ୍ଧି ଏହାକୁ ୩୬୧ ଟଙ୍କା, ୭୯ ରିଚାର୍ଜକୁ ବୃଦ୍ଧି କରି ୯୯ ଟଙ୍କା ଡାଟା ପ୍ୟାକ କରିଛି କମ୍ପାନୀ ।

Comments are closed.