Latest Odisha News

BREAKING NEWS

ଓଡ଼ିଶୀ ନୃତ୍ୟରେ ଗୁରୁ ଦେବପ୍ରସାଦ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ଵର : ତ୍ରିଧାରା ଦ୍ଵାରା ଓ ହେଲଥ ଅନ ଟପର ସହଭାଗିତାରେ ଗୁରୁ ଦେବପ୍ରସାଦ ଦାସଙ୍କ ୩୮ତମ ପୂଣ୍ୟତିଥି ଉପଲକ୍ଷେ ଶ୍ରଦ୍ଧାଞ୍ଜଳି  ସମାରୋହ ୨୦୨୪ ଭୁବନେଶ୍ଵରର ରବୀନ୍ଦ୍ର ମଣ୍ଡପରେ ଉଦଘାଟିତ ହୋଇଯାଇଅଛି । ଦୁଇଦିନ ଧରି ଅନୁଷ୍ଠିତ  ହେଉଥିବା ଏହି ଉତ୍ସବରେ ସମୁଦାୟ ୫୦୦ ରୁ ଅଧିକ କଳାକାର ଓ ୫୦ରୁ ଅଧିକ ଅନୁଷ୍ଠାନ ଅଂଶ ଗ୍ରହଣ କରିବେ ।

ପୂର୍ବାହ୍ନରେ ଉପସ୍ଥିତ ଗୁରୁ, ବିଶିଷ୍ଟ ଅତିଥି, ଶିଷ୍ୟ ଏବଂ ଶୁଭେଚ୍ଛୁମାନଙ୍କ ଦ୍ଵାରା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ଗୁରୁ ଦେବପ୍ରସାଦ ଦାସଙ୍କ ପ୍ରତିମୂର୍ତ୍ତିକୁ ପୁଷ୍ପଗୁଚ୍ଛ ସହିତ ପୁଷ୍ପାଞ୍ଜଳି ପ୍ରଦାନ କରଯାଇଥିଲା । ପରେ ଅପରାହ୍ନ ଉଦଘାଟନୀ ଅଧିବେଶନରେ ତ୍ରିଧାରା (ଭୁବନେଶ୍ଵର), ନେସନାଲ କଲଚୁରାଲ କଳା ପ୍ରତିଷ୍ଠାନ (କଟକ), ଉତ୍କଳିକା ସଂଗୀତ ଏକାଡେମି (ନିରାକାରପୁର), ପ୍ରଣାମ (ବୌଦ୍ଧ), ଶ୍ରୀ ସାଇ ଡ୍ୟାନ୍ସ ଏକାଡେମି (ନିରାକାରପୁର), ସ୍ଵର୍ଣ୍ଣ ଝଙ୍କାର (ବୋଲାଙ୍ଗୀର), ଓଡିଶୀ ସାଧନା ପୀଠ (ବ୍ରହ୍ମପୁର), ଲୋକନାଥ ସଙ୍ଗୀତ କଳା ନିକେତନ (ଭୁବନେଶ୍ଵର), ସାଗରିକା କଳା ନିକେତନ (ପାରାଦୀପ), ଓଡିଶୀ ନୃତ୍ୟାୟନ (ବ୍ରହ୍ମପୁର), ସ୍ଵୟଂଶ୍ରୀ ନୃତ୍ୟ ଅନୁଷ୍ଠାନ (ତାଳଚେର), ନୃତ୍ୟପ୍ରଭା ଡାନ୍ସ ଅକଡେମୀ (ଜଟଣୀ), ନିର୍ଝର କଲଚୁରାଳ ଏକାଡେମୀ (ଭୁବନେଶ୍ଵର), ଓମ କଳିଙ୍ଗ କଳା ପରିଷଦ (ଭୁବନେଶ୍ଵର), ଶ୍ରୀମୟୀ ନୃତ୍ୟ ଅନୁଷ୍ଠାନ (ଭୁବନେଶ୍ଵର), ନୃତ୍ୟାଳୟ (ଫୁଲବାଣୀ) ଓ ନୃତ୍ୟରଚନା (ଭୁବନେଶ୍ଵର) ଆଦି ଅଂଶଗ୍ରହଣ କରିଥିଲେ ।

ସନ୍ଧ୍ୟା ଅଧିବେଶନରେ ସମ୍ମାନିତ ଅତିଥି ଭାବେ

ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଲୀପ ରାଉତରାଏ;, ତ୍ରିଧାରାର ସ୍ଵର୍ଣ୍ଣ ସମାରୋହ କମିଟିର ଅଧକ୍ଷ ଗୌରବ ରାଳହନ, ତ୍ରିଧାରାର କାର୍ଯ୍ୟକାରୀ ସଭାପତି ସିମାଞ୍ଚଳ ପଣ୍ଡା ଓ ତ୍ରିଧାରାର ନିର୍ଦ୍ଦେଶକ ଗୁରୁ ଗଜେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଥମେ ଶ୍ରଦ୍ଧାଞ୍ଜଳି ସମାରୋହ ୨୦୨୪ରେ ଅଂଶଗ୍ରହଣ କରିଥିବା ନୃତ୍ୟ ଅନୁଷ୍ଠାନର ଗୁରୁ ତଥା ବିଶିଷ୍ଟ କଳାକାରମାନଙ୍କୁ ଓଡିଶାର ମାନ୍ୟବର ରାଜ୍ୟପାଳଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରଯାଇଥିଲା ।

ସନ୍ଧ୍ୟା ଅଧିବେଶନରେ ତ୍ରିଧାରା (ଭୁବନେଶ୍ଵର), ବାଗ୍ମିଶ୍ରୀ ଦାସ (ଗୁରୁ ଦେବପ୍ରସାଦ ଦାସଙ୍କ ନାତୁଣୀ), ନୃତ୍ୟଙ୍କିତ (ଅନଗୁଳ), ନୃତ୍ୟ ପ୍ରତିଭା (ଭୁବନେଶ୍ଵର), ରୱା ଡାନ୍ସ ଏକାଡେମୀ (ଭୁବନେଶ୍ଵର), ଲିଙ୍ଗରାଜ କଳା ନିକେତନ (ପୁରୀ), ବେଣୁନ୍ଦା କଳା କେନ୍ଦ୍ର (ବୃନ୍ଦାବନ), ବିଶ୍ଵନ୍ନାଥ ସଙ୍ଗୀତାଳୟ (କଟକ), ନୃତ୍ୟଶ୍ରୀ (କରଞ୍ଜିଆ) ଓ ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ର (ପାରଳାଖେମୁଣ୍ଡି) ଆଦି ନୃତ୍ୟାନୁଷ୍ଠାନଗୁଡ଼ିକ ଅଂଶଗ୍ରହଣ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗୁରୁ ଦେବପ୍ରସାଦ ଦାସଙ୍କ ପୂଣ୍ୟତିଥିରେ ଗୁରୁଜୀଙ୍କ ନୃତ୍ୟ ଶୈଳୀରେ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ଓ ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ ମାଧ୍ୟମରେ ଗୁରୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ହିଁ ଏହି କାର୍ଯ୍ୟକ୍ରମ ଆୟୋଜନର ମୂଳ ଉଦ୍ଦେଶ୍ୟ।

ଏହି କାର୍ଯ୍ୟକ୍ରମକୁ ତ୍ରିଧାରା ଅନୁଷ୍ଠାନର ନିର୍ଦ୍ଦେଶକ ଗୁରୁ ଡକ୍ଟର ଗଜେନ୍ଦ୍ର କୁମାର ପଣ୍ଡା ସଂଯୋଜନା କରିଥିବା ବେଳେ ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।

 

Comments are closed.