Latest Odisha News

କାଳ ହେଲା ରିଲ୍ସ ସୁଟ୍ କରିବା; ୩୦୦ ଫୁଟ୍ ଖାଇକୁ ଖସି ଟ୍ରାଭେଲ ଇନଫ୍ଲୁଏନ୍ସର ମୃତ

ମୁମ୍ବାଇ: ମୁମ୍ବାଇର ଜଣେ ୨୭ ବର୍ଷୀୟ ଟ୍ରାଭେଲ ଇନଫ୍ଲୁଏନ୍ସର ଅନଭି କାମଦାର ଇନଷ୍ଟାଗ୍ରାମ ରିଲ ସୁଟିଂ କରୁଥିବା ସମୟରେ ଏକ ଖାଇରେ ପଡିଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି।

ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲା କୁମ୍ଭେ ଜଳପ୍ରପାତ ନିକଟରେ ଘଟିଛି ଏହି ଅଘଟଣ। ଜୁଲାଇ ୧୬ରେ ଅନଭି ସାଙ୍ଗମାନଙ୍କ ସହ କୁମ୍ଭେ ଜଳପ୍ରପାତ ବୁଲିବାକୁ ଯାଇଥିଲେ। ଭିଡିଓ ସୁଟିଂ କରିବା ସମୟରେ ଅସାବଧାନତା କାରଣରୁ ସେ ୩୦୦ ଫୁଟ୍ ଖାଇରେ ପଡ଼ି ଯାଇଥିଲେ।

ତେବେ ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।ପାଖାପାଖି ୬ ଘଣ୍ଟାର ଅପରେସନ୍ ପରେ ଅନଭିଙ୍କୁ ଖାଇରୁ ଉଦ୍ଧାର କରାଯାଇଥିଲା। ତେବେ ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ଆହତ ହୋଇପଡିଥିଲେ।

ଉଦ୍ଧାରକାରୀଦଳ ତାଙ୍କୁ ନିକଟସ୍ଥ ମନଗାଁଓ ତାଲୁକ ସରକାରୀ ଡାକ୍ତରଖାନାକୁ ନେଇ ଯାଇଥିଲେ ଏବଂ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ​​ବୋଲି ମନଗାଁଓ ଥାନା ଅଧିକାରୀ କହିଛନ୍ତି। ଏହି ଘଟଣା ପରେ ବର୍ଷା ସମୟରେ ଜଳପ୍ରପାତକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ଥାନୀୟ ପୋଲିସ ଓ ପ୍ରଶାସନ।

ତେବେ ଅନଭି ବୃତ୍ତିରେ ଜଣେ ଚାଟାଡ ଆକାଉଣ୍ଟାଣ୍ଟ ଥିଲେ। ଏହାବ୍ୟତୀତ ଆଇଟି ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ମଧ୍ୟ ସେ କାମ କରୁଥିଲେ।

 

Comments are closed.